ଲୁଟେରା ସାଜିଲା ପୁଲିସ୍‌: ଯାଞ୍ଚ ବାହାନାରେ ଲୁଟି ନେଲେ ୪.୫୦ ଲକ୍ଷ ଟଙ୍କା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ଲୁଟେରା ସାଜିଲା ପୁଲିସ୍‌: ଯାଞ୍ଚ ବାହାନାରେ ଲୁଟି ନେଲେ ୪.୫୦ ଲକ୍ଷ ଟଙ୍କା !

bargarh

ବରଗଡ଼(ଓଡ଼ିଶା ରିପୋର୍ଟର): ଖାକି ପୋଷାକରେ ଲାଗିଛି କଳଙ୍କର ଛିଟା। ଜଣେ ବ୍ୟକ୍ତିଙ୍କୁ ଅଟକାଇ ପୁଲିସ୍‌ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବରଗଡ଼ ପୁଲିସ୍‌ ବିରୋଧରେ।

ଅଭିଯୋଗ ଆସିବା ପରେ ଅଭିଯୁକ୍ତ ପୁଲିସ୍‌ କର୍ମଚାରୀଙ୍କୁ ବରଗଡ଼ ସଦର ଥାନା ପୁଲିସ୍‌ ଅଟକ ରଖିଛି।

ଗତ ରବିବାର ଦିନ ବରଗଡ ଜିଲ୍ଲା ପାଇକମାଲ ଗ୍ରାମର ନନ୍ଦଲାଲ ପ୍ରସାଦ କୋଲକାତା ଯାଉଥିଲେ। ଯାଞ୍ଚ ନାମରେ ବରଗଡ଼ ପିସିଆର ଭ୍ୟାନ୍‌ର କେତେକ ପୁଲିସ୍‌ କର୍ମଚାରୀ ସ୍ଥାନୀୟ ଭଟଲି ଛକ ନିକଟରେ ତାଙ୍କୁ ଅଟକାଇ ସାଢେ ଚାରି ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ନନ୍ଦଲାଲଙ୍କ ଅଭିଯୋଗକୁ ଭିତ୍ତି କରି ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ତଦନ୍ତ ଜାରି ରହିଥିବା ବରଗଡ ଏସଡିପିଓ ସୁରେଶ ଚନ୍ଦ୍ର ନାୟକ କହିଛନ୍ତି।



from Odisha Reporter https://ift.tt/2MDl0xA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages