ମଙ୍ଗଳ ଗ୍ରହଙ୍କ ମାର୍ଗୀ ଚଳନ ଆରମ୍ଭ, ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ମଙ୍ଗଳ ଗ୍ରହଙ୍କ ମାର୍ଗୀ ଚଳନ ଆରମ୍ଭ, ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ

mars

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତି ଗ୍ରହଙ୍କର ଦୁଇ ପ୍ରକାର ଚଳନ ଥାଏ। ଗୋଟିଏ ବକ୍ରୀ ଓ ଅନ୍ୟଟି ମାର୍ଗୀ।ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହଙ୍କୁ ଉଗ୍ର ସ୍ୱଭାବର ଗ୍ରହ ରୂପେ ବିବେଚନା କରାଯାଏ। ହେଲେ, ଏହା ଯେଉଁ ବ୍ୟଙ୍କିଙ୍କ ଜାତକରେ ଶୁଭ ସ୍ଥାନରେ ବସନ୍ତି, ସୋମାନେ ଭାଗ୍ୟଶାଳୀ ହୋଇଥା’ନ୍ତି।
ସୋମବାର ଅର୍ଥାତ୍‌ ୨୦୧୮, ଅଗଷ୍ଟ୍‌ ୨୭ ତାରିଖ ସନ୍ଧ୍ୟା ୭ଟା ୩୬ ମିନିଟ୍‌ରୁ ମଙ୍ଗଳ ଗ୍ରହଙ୍କର ମାର୍ଗୀ ଚଳନ ଆରମ୍ଭ ହୋଇଛି। ମଙ୍ଗଳଙ୍କର ଏହି ମାର୍ଗୀ ଚଳନର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିବ। ତେବେ, ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ।
ମେଷ: ଏହି ରାଶିର ସ୍ୱାମୀ ସ୍ୱୟଂ ମଙ୍ଗଳ ଗ୍ରହ। ତେଣୁ ମଙ୍ଗଳଙ୍କର ମାର୍ଗୀ ଚଳନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅଧିକ ଲାଭଦାୟକ। ମଙ୍ଗଳଙ୍କ ମାର୍ଗୀ ଚଳନର ପ୍ରଭାବରେ ମେଷ ରାଶିର ବ୍ୟକ୍ତିଙ୍କର ସବୁ ଚିନ୍ତାର ଅନ୍ତ ଘଟିବ। ବହୁ ପରିଶ୍ରମ ସତ୍ତ୍ୱେ ଯେଉଁ କାମ ହୋଇପାରୁ ନଥିଲା, ତାହା ଏବେ ଅବଶ୍ୟ ସଫଳ ହେବ। ଚାକିରିରେ ପଦୋନ୍ନତି ମଧ୍ୟ ଘଟିବ। ଘରେ ସୁଖ ଶାନ୍ତି ବଜାୟ ରହିବ।
ମିଥୁନ: ମିଥୁନ ରାଶିରେ ମଙ୍ଗଳ ଗ୍ରହ ବକ୍ରୀ ଚଳନରୁ ମାର୍ଗୀ ଚଳନକୁ ଆସିବା, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ। ଏହଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ ଏବଂ ଏହି ସମୟରେ ଧନଲାଭର ପର୍ଯ୍ୟାପ୍ତ ସୁଯୋଗ ମିଳିବ। ଜମି ବାଡ଼ିରେ ଟଙ୍କା ନିବେଶ କଲେ, ଭଲ ଫଳ ମିଳିବ।
କନ୍ୟା: ମଙ୍ଗଳ ଗ୍ରହଙ୍କ ମାର୍ଗୀ ଚଳନ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଶୁଭଦାୟକ। ମଙ୍ଗଳଙ୍କ ଏହି ଚଳନବେଳେ କନ୍ୟା ରାଶି ବ୍ୟକ୍ତିଙ୍କ ଅଟକି ରହିଥିବା ସମସ୍ତ କାମ ସମ୍ପୂର୍ଣ୍ଣ ହେବ। ବିଦେଶ ଗସ୍ତରେ ଯିବାର ମଧ୍ୟ ସୁଯୋଗ ଆସିପାରେ। ଏହି ସମୟରେ କୋର୍ଟ୍‌ କଚେରୀ ମାମଲାରେ ବିଜୟୀ ହେବେ।
ବିଛା: ମେଷ ରାଶି ବ୍ୟତୀତ ବିଛା ରାଶିର ସ୍ୱାମୀ ମଧ୍ୟ ମଙ୍ଗଳ ଗ୍ରହ। ତେଣୁ ମଙ୍ଗଳଙ୍କ ମାର୍ଗୀ ଚଳନ, ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ୍ ଭଲ। ପୂର୍ବରୁ ପୁଞ୍ଜି ନିବେଶ କରିଥିଲେ, ସେଥିରୁ ପ୍ରଚୂର ଲାଭ ହେବ। ଜମି-ବାଡ଼ି ମାମଲାରେ ମଧ୍ୟ ଶୁଭ ଫଳ ମିଳିବ। ଏହାସହ ଜୀବନ ସାଥୀଙ୍କର ଭରପୂର ସହଯୋଗ ମିଳିବ। ବ୍ୟବସାୟରୁ ଲାଭ ମିଳିବ।
ମୀନ: ମଙ୍ଗଳ ଗ୍ରହଙ୍କ ମାର୍ଗୀ ଚଳନ ଫଳରେ ମୀନ ରାଶିର ବ୍ୟକ୍ତିଙ୍କର ଆୟ ଅଧିକ ହେବ। ଆକସ୍ମିକ ଭାବେ ଧନଲାଭ ହେବ। ମାନ ଓ ସମ୍ମାନ ବୃଦ୍ଧି ପାଇବ। ପୈତୃକ ସମ୍ପତ୍ତିକୁ ନେଇ ଚାଲିଥିବା ବିବାଦରେ ବିଜୟୀ ହେବେ। ଏହାବ୍ୟତୀତ ଚାକିରିଆଙ୍କ ପାଇଁ ମଧ୍ୟ ଏହି ସମୟ ବେଶ୍ ଅନୁକୂଳ ରହିବ।



from Odisha Reporter https://ift.tt/2ofgsPl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages