
ଆଳୁ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଇଥାନ୍ତି। କିଏ ଆଳୁ ଭରତା ଖାଇବାକୁ ଭଲ ପାଏ ତ କିଏ ଆଳୁ ଭଜା। ଡାଲମା ହେଉ କି ଅନ୍ୟ କୌଣସି ନିରାମିଷ ତରକାରି, ସବୁଥିରେ ଆଳୁ ପଡ଼ିଥାଏ।
ସେହିପରି ଆମିଷ ତରକାରୀର ସ୍ୱାଦ ଆଳୁ ବିନା ହୋଇ ନଥାଏ। ହେଲେ ଅଧିକ ଆଳୁ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏକଥା ଆମେ କହୁନାହୁଁ, ଏହା ଏକ ସର୍ଭେରୁ ଜଣାପଡ଼ିଛି।
ଆସନ୍ତୁ ଜାଣିବା ଆଳୁ ଖାଇଲେ କେଉଁ କେଉଁ ରୋଗ ହୋଇଥାଏ।
ଗ୍ୟାସ୍: ଅଧିକାଂଶ ଲୋକଙ୍କର ଗ୍ୟାସ୍ ସମସ୍ୟା ହୋଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ, ଆଳୁ ଖାଇଲେ ଗ୍ୟାସ୍ ହେବାର ଅଧିକ ଆଶଙ୍କା ରହିଥାଏ। ଯଦି ଆପଣ ଗ୍ୟାସ୍ ସମସ୍ୟାରେ ପଡୁଛନ୍ତି, ତାହାହେଲେ ଆଳୁ ଖାଇବା କମ୍ କରି ଦିଅନ୍ତୁ।
ବ୍ଲଡ଼ ସୁଗାର: ଯେଉଁମାନଙ୍କ ସୁଗାର ବା ଡାଏବିଟିସ ସମସ୍ୟା ଥିବ, ସେମାନେ ଆଳୁ ଖାଇବା ଅନୁଚିତ। ଏହା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। ଆଳୁ ଖାଇଲେ ଶରୀରରେ ସୁଗାର ସ୍ତର ବଢ଼ିଯାଇଥାଏ। ଆଳୁରେ glycemic index ଉଚ୍ଚ ରହିଥାଏ। ଯାହା ଶରୀରରେ ଗ୍ଲୁକୋଜ ମାତ୍ରାକୁ ଅଧିକ ବଢ଼ାଇ ଦେଇଥାଏ।
ଉଚ୍ଚ ରକ୍ତଚାପ: ଆଳୁ ଖାଇଲେ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ ରହିଥାଏ ବୋଲି ସର୍ଭେରୁ ଜଣାପଡ଼ିଛି। ସପ୍ତାହରେ ଚାରି ଥରୁ ଅଧିକ ଆଳୁ ଖାଇଲେ, ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ବଢ଼ିଯାଇଥାଏ। ଏଥିପାଇଁ ଆଳୁ ଖାଇବା ଉପରେ ଲଗାମ୍ ଲଗାନ୍ତୁ।
ଓଜନ ବୃଦ୍ଧି: ଆଳୁ ଖାଇଲେ ଓଜନ ବଢ଼ିଥାଏ। ଯଦି ପତଳା ହେବାକୁ ଚାହୁଁଛନ୍ତି, ତେବେ ଆଳୁ ଖାଇବା କମାନ୍ତୁ।
from OdishaReporter https://ift.tt/2MJIe1f
No comments:
Post a Comment