
ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଓଡ଼ଙ୍ଗ ଉପ-ଡାକଘରେ ୧୨ ବର୍ଷ ଧରି ଚିଠି ଦିଆ ନଯିବା ଘଟଣାରେ ପୋଷ୍ଟମାଷ୍ଟର୍ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱରେ ଅବହେଳା ଅଭିଯୋଗରେ ପୋଷ୍ଟମାଷ୍ଟର୍ ଜଗନ୍ନାଥ ପୁହାଣଙ୍କୁ ନିଲମ୍ବନ କରାଯାଇଛି।
ଓଡ଼ଙ୍ଗ ଉପ-ଡାକଘର ପୋଷ୍ଟ ମାଷ୍ଟର୍ ବର୍ଷ ବର୍ଷ ଧରି ସମସ୍ତ ଚିଠିକୁ ଠିକଣା ଯାଗାକୁ ନପଠାଇ ଚାପି ରଖିଥିଲେ। ଫଳରେ କାହାର ଚାକିରି, କାହାର ପ୍ରମୋସନ୍ ତ ଆଉ କାହାର ପରିଚୟପତ୍ର ଠିକଣା ସ୍ଥାନକୁ ଯିବା ବଦଳରେ ଖତ ଖାଉଥିଲା।
୨୦୦୭ ମସିହା ପରଠୁ ପୋଷ୍ଟ ମାଷ୍ଟର ଡାକଘରକୁ ଆସିଥିବା କୌଣସି ଚିଠି କାହାରିକୁ ବାଣ୍ଟି ନଥିଲେ।
ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ବିରୋଧ କରିବାରୁ ସଂପୃକ୍ତ ପୋଷ୍ଟ ମାଷ୍ଟର୍ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।
from OdishaReporter https://ift.tt/2MugW28

No comments:
Post a Comment