ଭୁବନେଶ୍ୱର (ଓଡିଶା ରିପୋର୍ଟର); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି।
ଵୈଠକରେ ମୋଟ ୮ଟି ଏଜେଣ୍ଡାକୁ ଅନୁମୋଦନ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାଵକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।
ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନରେ ଏ ନେଇ ସଂକଳ୍ପ ପ୍ରସ୍ତାବ ଆସିବ। ଏଥିରେ ମୋଟ ୪୯ ସଦସ୍ୟ ରହିବେ। ସେମାନଙ୍କୁ ବିଧାୟକଙ୍କ ଭଳି ସୁବିଧା ସୁଯୋଗ ମିଳିବ। ବାର୍ଷିକ ମୋଟ ୩୫ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ।
ସେହିପରି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା କଳିଙ୍ଗ ସାଥୀ ଋଣକୁ ଅଧିକ ସରଳ କରାଯାଇଛି। ଏଣିକି ସବୁ ପ୍ରଫେସନାଲ କୋର୍ସ ପାଇଁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଋଣ ସୁଝିବା ଅବଧିକୁ ୧୫ଵର୍ଷକୁ ବୃଦ୍ଧି କରାଯାଇଛି। ସେହିପରି ଓଡ଼ିଶା ବିହାର ତୀର୍ଥ ସ୍ଥଳ ଆଇନ୍-୧୯୨୦କୁ ଉଚ୍ଛେଦ କରାଯାଉଛି। ଯାହାର ପ୍ରାସଗଂକିତା ଏବେ ଆଉ ନାହିଁ।
ଓଡ଼ିଶା ଅବକାରୀ ସେବା ନିୟମ-୨୦୦୨ର ପୁନଃ ସଂଶୋଧନ କରାଯାଇ ସମସ୍ତ ୩୧ଟି ଅବକାରୀ ଅଧିକ୍ଷକ ପଦବୀରେ ଏଣିକି ଅବକାରୀ ସେବା ଅଧିକାରୀମାନଙ୍କୁ ହିଁ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ।
ସେହିପରି ଓଡ଼ିଶା ରୁଲ୍ ସେ ଅଫ୍ ଵିଜିନେସ୍ ରେ ସଂଶୋଧନ କରାଯାଇ ସମସ୍ତ ସରକାରୀ କାର୍ଯ୍ୟ ରେ ଭ୍ୟାଟ ପରିବର୍ତ୍ତେ ଜିଏସଟିକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି।
ଵୈଠକରେ ମୋଟ ୮ଟି ଏଜେଣ୍ଡାକୁ ଅନୁମୋଦନ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାଵକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।.
ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନରେ ଏ ନେଇ ସଂକଳ୍ପ ପ୍ରସ୍ତାବ ଆସିବ। ଏଥିରେ ମୋଟ ୪୯ ସଦସ୍ୟ ରହିବେ। ସେମାନଙ୍କୁ ବିଧାୟକଙ୍କ ଭଳି ସୁବିଧା ସୁଯୋଗ ମିଳିବ। ବାର୍ଷିକ ମୋଟ ୩୫ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ।
ସେହିପରି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା କଳିଙ୍ଗ ସାଥୀ ଋଣକୁ ଅଧିକ ସରଳ କରାଯାଇଛି। ଏଣିକି ସବୁ ପ୍ରଫେସନାଲ କୋର୍ସ ପାଇଁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଋଣ ସୁଝିବା ଅବଧିକୁ ୧୫ଵର୍ଷକୁ ବୃଦ୍ଧି କରାଯାଇଛି।
ସେହିପରି ଓଡ଼ିଶା ବିହାର ତୀର୍ଥ ସ୍ଥଳ ଆଇନ୍-୧୯୨୦କୁ ଉଚ୍ଛେଦ କରାଯାଉଛି। ଯାହାର ପ୍ରାସଗଂକିତା ଏବେ ଆଉ ନାହିଁ।
ଓଡ଼ିଶା ଅବକାରୀ ସେବା ନିୟମ-୨୦୦୨ର ପୁନଃ ସଂଶୋଧନ କରାଯାଇ ସମସ୍ତ ୩୧ଟି ଅବକାରୀ ଅଧିକ୍ଷକ ପଦବୀରେ ଏଣିକି ଅବକାରୀ ସେବା ଅଧିକାରୀମାନଙ୍କୁ ହିଁ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ।
ସେହିପରି ଓଡ଼ିଶା ରୁଲ୍ ସେ ଅଫ୍ ଵିଜିନେସ୍ ରେ ସଂଶୋଧନ କରାଯାଇ ସମସ୍ତ ସରକାରୀ କାର୍ଯ୍ୟ ରେ ଭ୍ୟାଟ ପରିବର୍ତ୍ତେ ଜିଏସଟିକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନିଆଯାଇଛି।
from Odisha Reporter https://ift.tt/2PwsU9Q
No comments:
Post a Comment