ପ୍ରେମକୁ ପରିବାର କହିଲା ନା, ଫେସ୍‌ବୁକ୍‌ ଲାଇଭ୍‌ କରି ବିବାହ କଲେ ପ୍ରେମୀଯୁଗଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ପ୍ରେମକୁ ପରିବାର କହିଲା ନା, ଫେସ୍‌ବୁକ୍‌ ଲାଇଭ୍‌ କରି ବିବାହ କଲେ ପ୍ରେମୀଯୁଗଳ

COUPLE

ତୁମାକୁରୁ (କର୍ଣ୍ଣାଟକ): ପ୍ରେମ ମାନେନି ଜାତି ଧର୍ମ । ଏହା ଏମିତି ଏକ ଅନୁଭବ କେତେବେଳେ କାହା ହୃଦୟରେ ଜାଗି ଉଠିଥାଏ ତାର କୌଣସି ସମୟ ନଥାଏ।  ନିଜ ପ୍ରେମକୁ ସଫଳ କରିବାକୁ ପରିବାର ଓ ଦୁନିଆସହ ଲଢ଼ିବାକୁ ପଛାନ୍ତି  ନାହିଁ ପ୍ରେମୀଯୁଗଳ। ନିକଟରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାର ମଧୁଗିରିରେ। ସେଠାରେ  ରହୁଥିବା ୨୫ ବର୍ଷୀୟ କିରଣ କୁମାର  ଓ ୧୯ ବର୍ଷୀୟ ଟି. ଅର୍ପିତା ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ପରିବାର ଲୋକ ରାଜି ନହେବାରୁ ଶୁକ୍ରବାର ଉତ୍ତରୀ ବେଙ୍ଗାଲୁରୁର ହେସାରଗଟ୍ଟାରେ ଅବସ୍ଥିତ ଏକ ମନ୍ଦିରରେ ବିବାହ କରିଥିଲେ। ତେବେ ଏମାନେ ପରିବାର ଲୋକଙ୍କୁ ଚାଲେଞ୍ଜ କରି ବିବାହକୁ ଫେସ୍‌ବୁକ୍‌ ଲାଇଭ କରିଥିଲେ।

କାରଣ ଦୁହେଁ ଭିନ୍ନ ଭିନ୍ନ ଜାତିର ହୋଇଥିବା କାରଣରୁ  ଉଭୟଙ୍କ ଘର ଲୋକ ଏହି ବିବାହ ପାଇଁ ରାଜି ହୋଇନଥିଲେ। ସେମାନେ କିଛି ଦିନ ପର୍ଯ୍ୟନ୍ତ ଘର ଲୋକଙ୍କୁ ରାଜି କରାଇବା ପାଇଁ ଅପେକ୍ଷା କରିଥିଲେ।  କିନ୍ତୁ ପରିବାର ଲୋକେ ମାନି ନଥିଲେ। ଶେଷରେ ସମସ୍ତଙ୍କୁ ଦେଖାଇବା ପାଇଁ ଦୁହେଁ ଏକ ମନ୍ଦିରରେ  ଫେସ୍‌ବୁକ୍‌ ଲାଇଭ୍‌ କରି ବାହା ହୋଇଥିଲେ।

ବିବାହ ପରେ ଯୁବତୀ ଜଣକ ଶୋସାଲ ମିଡିଆରେ ଏକ ଭିଡିଓ  ଶେୟାର କରିଛନ୍ତି। ସେଥିରେ ସେ କହିଛନ୍ତି, ‘‘ଆମେ ପରସ୍ପରକୁ ଭଲପାଉଛୁ। ଆଉ ବିବାହ  ମଧ୍ୟ କରିସାରିଲୁଣି। ଆମ ସମ୍ପର୍କକୁ ଭାଙ୍ଗିବାକୁ  ଚେଷ୍ଟା କଲେ ଆମେ ଆମ ଜୀବନ ଦେଇଦେବୁ।’’

 

 



from OdishaReporter https://ift.tt/2PbqMV5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages