ପାକିସ୍ତାନ୍‌ରୁ ଫେରିଲେ ସିଦ୍ଧୁ, ଜାଣନ୍ତୁ ଏନେଇ କ’ଣ କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ପାକିସ୍ତାନ୍‌ରୁ ଫେରିଲେ ସିଦ୍ଧୁ, ଜାଣନ୍ତୁ ଏନେଇ କ’ଣ କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ !

navjot

ନୂଆଦିଲ୍ଲୀ: କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ନବଜୋତ୍‌ ସିଂହ ସିଦ୍ଧୁ ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଭାରତ ଫେରିଛନ୍ତି। ତେବେ ଏହି ଉତ୍ସବରେ ଯୋଗଦାନ ଏବଂ ସେଠାରେ କିଛି ଆଚରଣକୁ ନେଇ ବିଭିନ୍ନ ମହଲରୁ ସିଦ୍ଧୁଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ପ୍ରଥମେ ବିରୋଧୀ ବିଜେପି ଏବଂ ଏବେ ନିଜ ଦଳ କଂଗ୍ରେସର ହେଭିୱେଟ୍‌ମାନେ ସିଦ୍ଧୁଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। ଖୋଦ୍ ପଞ୍ଜାବ୍ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର୍‌ ସିଂହ ମଧ୍ୟ ଏହାକୁ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

କ୍ରିକେଟର୍‌ରୁ ରାଜନେତା ଏବଂ ଏବେ ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ ହୋଇଥିବା ଇମ୍ରାନ୍ ଖାନ୍‌ଙ୍କ ଶନିବାର ଶପଥ ଗ୍ରହଣ ଉତ୍ସବରେ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ଥିବା ସିଦ୍ଧୁ ଯୋଗ ଦେଇଥିଲେ। ତେବେ ଶପଥ ଗ୍ରହଣ ସମାରୋହରେ ସିଦ୍ଧୁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍‌ ବାଜ୍‌ୱାଙ୍କୁ ଆଲିଙ୍ଗନ କରିଥିଲେ। ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲେ।

ସାଧାରଣ ଲୋକେ ଏହାକୁ ସୋଶାଲ୍ ମିଡିଆରେ କଡ଼ା ସମାଲୋଚନା କରିଥିବାବେଳେ ଏବେ ଖୋଦ୍‌ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର୍ ସିଂହ ଏନେଇ ସିଦ୍ଧୁଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପ୍ରିତିଦିନ ସୀମାରେ ଆମ ଯବାନ ସହିଦ ହେଉଛନ୍ତି। ପାକିସ୍ତାନ୍‌ ସେନା ମୁଖ୍ୟଙ୍କ ଇସାରାରେ ଏପରି ହେଉଛି। ଆଉ ଏପରି ସ୍ଥଳେ ସିଦ୍ଧୁ ତାଙ୍କୁ ଆଲିଙ୍ଗନ କରିବା ଉଚିତ୍‌ ହେଲା ନାହିଁ ବୋଲି ଅମରିନ୍ଦର୍‌ କହିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, “ଏହି ଆଲିଙ୍ଗନ ସମ୍ପର୍କରେ ସଫେଇ ଦେଇ ଯଦି ସିଦ୍ଧୁ ଜେନେରାଲ୍‌ ବାଜ୍‌ୱାଙ୍କୁ ଜାଣି ନଥିଲେ ବୋଲି କୁହନ୍ତି, ତେବେ ସେ ବାଜ୍‌ୱାଙ୍କ ପୋଷାକରେ ଥିବା ନେମ୍ ପ୍ଲେଟ୍‌କୁ ତ ଦେଖିପାରି ଥା’ନ୍ତେ ”।

ଇମ୍ରାନ୍  ତାଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଇମ୍ରାନ୍‌ ଗାଭାସ୍କର୍ ଓ କପିଲ୍ ଦେବଙ୍କ ସମେତ କିଛି ବିଶିଷ୍ଟ ଲୋକଙ୍କୁ ଆମନ୍ତ୍ରଣ କରିଥିଲେ। କିନ୍ତୁ ଏହି ସମାରୋହର ସାମିଲ୍ ହେବା ପାଇଁ କେବଳ ସିଦ୍ଧୁ ହିଁ ପାକିସ୍ତାନ ଯାଇଥିଲେ।

ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ସିଦ୍ଧୁଙ୍କ ଯୋଗଦାନ ଓ ସେଠାରେ ଜେନେରାଲ୍ ବାଜ୍‌ୱାଙ୍କୁ ଆଲିଙ୍ଗନ ପ୍ରସଙ୍ଗକୁ ନେଇ ବିଜେପି ଏବେ କଂଗ୍ରେସକୁ ଘେରିବାକୁ ଉଦ୍ୟମ କରିଛି। କଂଗ୍ରେସ ଏଥିପାଇଁ ଗଣମାଧ୍ୟମରେ ସିଦ୍ଧୁଙ୍କର ଏହି କାର୍ଯ୍ୟକୁ ନିନ୍ଦା କରିବା ଜରୁରୀ ବୋଲି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି।



from Odisha Reporter https://ift.tt/2PmR4n5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages