ପ୍ରତିଭାବାନ ଫଟୋଗ୍ରାଫର ଦେବେଶ ପଟ୍ଟନାୟକଙ୍କ ଲେନ୍ସ ଯାଦୁଗରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ପ୍ରତିଭାବାନ ଫଟୋଗ୍ରାଫର ଦେବେଶ ପଟ୍ଟନାୟକଙ୍କ ଲେନ୍ସ ଯାଦୁଗରୀ

ଭୁବନେଶ୍ୱର (ସଂଗୀତା ସାହୁ): ଫଟୋଟିଏ। ଯାହା, କଥା କୁହେ। ଗୀତ ଗାଏ। ଜୀବନର ଗାଥାକୁ ପ୍ରାଜ୍ଞଳ ଭାବେ ବୁଝେଇ ଦିଏ। ସେଇଥିପାଇଁ ତ କଥାରେ ଅଛି,ଗୋଟିଏ ଫଟୋ ହଜାରେ ଶବ୍ଦର କଥା କହେ।

ଫଟୋ ଉଠାଇବା ଅନେକଙ୍କ ନିଶା। ଏହି କଳା ଉତ୍କର୍ଷର ଶୀର୍ଷକୁ ଚାଲିଗଲେ କେତେକଙ୍କ ପାଇଁ ଏହା ପାଲଟିଯାଏ ପେସା। ଏମିତି ବି କହିପାରନ୍ତି, ସାଧନା, ସମର୍ପଣ ଓ ସୃଜନଶୀଳତାର ସମାହାର ହେଉଛି ଫଟୋଗ୍ରାଫି।

ଆଉ ଖାସ୍‌ ସେଇଥିପାଇଁ ଇଥିଓପିଆରେ ଶାଗୁଣାର ଆହାର ପାଲଟିଯିବାକୁ ଥିବା ନିରୀହ ପିଲାର ଦୃଶ୍ୟ ହେଉ କି, ସିରିୟା ଗୃହଯୁଦ୍ଧରେ ଲହୁଲୁହାଣ ହୋଇଥିବା ନିଷ୍ପାପ ଶିଶୁ ଓମ୍ରାନ ଦକନିସ ହେଉ, ଅବା ସମୁଦ୍ରରୁ ଭାସି ଆସି ବେଳାଭୂମିରେ ଲାଗିଥିବା କଅଁଳ ଶିଶୁ ଆଲାନ୍‌ କୁର୍ଦ୍ଦିଙ୍କ ମୃତଦେହର ଫଟୋ-ଏସବୁ ସମ୍ବେଦନଶୀଳ ଓ ମାନବିକତାଧର୍ମୀ ଫଟୋଗ୍ରାଫିର ଗୋଟିଏ ଗୋଟିଏ ନମୁନା।

ତେବେ ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ଅବସରେ ଓଡ଼ିଶା ରିପୋର୍ଟର ପକ୍ଷରୁ ଏକ ସ୍ୱତନ୍ତ୍ର ଉପସ୍ଥାପନା କରୁଛୁ।

୧୮୯୩ ମସିହାରୁ ଅଗଷ୍ଟ ୧୯ ତାରିଖ ଅର୍ଥାତ ଆଜିର ଦିନକୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଏ।  ୨୦୧୦ ମସିହା ଅଗଷ୍ଟ ୧୯ ତାରିଖରେ ପ୍ରଥମ ଥର ଗ୍ଲୋବାଲ ଅନ୍‌- ଲାଇନ୍‌ ଗ୍ୟାଲେରୀରେ ଏହା ଆୟୋଜିତ ହୋଇଥିଲା।

ଏଥିରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୨୭୦ ଜଣ ଫଟୋଗ୍ରାଫର ଅଂଶ ଗ୍ରହଣ କରିଥିଲେ। ଆଉ ସେମାନଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋକୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶର ଲୋକେ ୱେବସାଇଟ୍‌  ମାଧ୍ୟମରେ ଦେଖିଥିଲେ। ସେବେଠୁ ଏହି ଦିବସ ଅଧିକ ଦେଶରେ ପାଳନ ହେବାରେ ଲାଗିଛି।

ଆଜି ଓଡ଼ିଶା ରିପୋର୍ଟର ଟିମ୍‌ ଓଡ଼ିଶାର ଜଣେ ପ୍ରତିଭାଶାଳୀ ଯୁବ ଫଟୋଗ୍ରାଫରଙ୍କୁ  ସାକ୍ଷାତ  କରିଥିଲା। ତେବେ ଚାଲନ୍ତୁ ଜାଣିବା ଏହି ଓଡ଼ିଆ ପୁଅଙ୍କ କିଛି କୀର୍ତ୍ତି ସମ୍ପର୍କରେ:   

କ୍ୟାମେରା ସହ ରହିଛି ତାଙ୍କର ବନ୍ଧୁତା। କ୍ୟାମେରା ଲେନ୍ସରେ ସେ ସୃଷ୍ଟି କରନ୍ତି ଭିନ୍ନ ଭିନ୍ନ କାହାଣୀ। ଫଟୋଗ୍ରାଫିର ନିଶା ଏବେ ପାଲଟି ଯାଇଛି ତାଙ୍କର ପେସା।

ସେ ହେଉଛନ୍ତି ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ  ଷ୍ଟ୍ରିଟ୍‌ ଓ ଟ୍ରାଭେଲ୍‌ ଫଟୋଗ୍ରାଫର ଦେବେଶ କୁମାର ପଟ୍ଟନାୟକ

ଭୁବନେଶ୍ୱରର ଏହି ଯୁବକ  ପିଲାଟି ଦିନରୁ କଳାମନସ୍କ। କଳା ପ୍ରତି ତାଙ୍କର ରହିଛି ଗଭୀର ଭଲ ପାଇବା। ଆଉ ସ୍କୁଲ୍‌ରେ ପଢ଼ିବା ସମୟରେ ନିଜ ଫୋନ୍‌ କ୍ୟାମେରାରେ ସେ ଅନେକ ସ୍ମୃତିକୁ କଏଦ କରିଛନ୍ତି। ସେ ନିଜେ ବି ଜାଣି ପାରିଲେନି କେତେବେଳେ ଏହି ସ୍ମୃତି ସାଉଁଟୁ ସାଉଁଟୁ ସେ ପ୍ରଫେସନାଲ ଫଟୋଗ୍ରାଫର ପାଲଟିଗଲେ।

ତାଙ୍କର ପ୍ରତିଟି ଫଟୋ ପଛରେ ଲୁଚି ରହିଛି ଅନେକ କାହାଣୀ । ଏପରି କିଛି ମୁହୂର୍ତ୍ତ ଯାହାକୁ ସାଧାରଣ ଲୋକେ ଗୌଣ ଭାବନ୍ତି, ଦେବେଶଙ୍କ କ୍ୟାମେରା ଲେନ୍ସରେ ଧରାପଡ଼ି ସେଗୁଡ଼ିକ ଚର୍ଚ୍ଚିତ ହୋଇ ପଡ଼ିଛି।

ମାତ୍ର ୨୨ ବର୍ଷ ବୟସରେ ନିଜ ପଟୋଗ୍ରାଫିର ଯାଦୁ ଦେଖାଇ ସେ ପାଇଛନ୍ତି ଅନେକ ସଫଳତା। ନ୍ୟାସନାଲ୍‌ ଜୋଗ୍ରାଫିକ ଚ୍ୟାନେଲ୍‌, ସ୍ମାର୍ଟ୍‌ ଫଟୋଗ୍ରାଫି ମ୍ୟାଗାଜିନ୍‌,କ୍ୟାନନ୍‌ ଇଣ୍ଡିଆ, କ୍ରିଏଟିଭ୍ ଇମେଜ୍‌ ମ୍ୟାଗାଜିନ୍‌ ଓ ଆହୁରି ଅନେକ ଅନ୍ତର୍ଜାତୀୟ ମ୍ୟାଗାଜିନ୍‌ରେ ତାଙ୍କର ଫଟୋ ସ୍ଥାନିତ ହୋଇଛି।

ନିଜ ଫଟୋଗ୍ରାଫିରେ ନୂଆ ଏକ୍ସପେରିମେଣ୍ଟକୁ ନେଇ ସେ ପାଇଛନ୍ତି ଅନେକ ପୁରସ୍କାର ଓ ସମ୍ମାନ।  ୨୦୧୭ରେ ଉତ୍କୃଷ୍ଟ ‘ଷ୍ଟ୍ରିଟ୍ ଫଟୋଗ୍ରାଫି’ ନିମନ୍ତେ ତାଙ୍କୁ ମିଳିଛି‘‘ଥାର୍ଟି ଫାଇବ୍‌ ଆୱାର୍ଡ- ୨୦୧୭’’।

ସୁଖର କଥା, ଆଜି ଦେବେଶ ଓଡ଼ିଶାର ଜଣେ ସ୍ଵନାମଧନ୍ୟ ଫଟୋଗ୍ରାଫର ଭାବେ ପରିଗଣିତ ହେଉଛନ୍ତି।

ତା ହେଲେ ଆସନ୍ତୁ ଦେଖିବା ତାଙ୍କ ଲେନ୍ସରୁ କିଛି ଏମିତି ଚର୍ଚ୍ଚିତ ଫଟୋ, ଆଉ ବୁଝିବା କ’ଣ କହୁଛି ଏ ଫଟୋ ସବୁ।

 

 

 

 



from Odisha Reporter https://ift.tt/2vUttSU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages