ପଣ୍ଡା ଇନ୍‌ଫ୍ରାକୁ ଝଟକା: ଜଟଣୀ ଫ୍ଲାଏଓଭର ନିର୍ମାଣ କାମରୁ ବାଦ୍ ପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ପଣ୍ଡା ଇନ୍‌ଫ୍ରାକୁ ଝଟକା: ଜଟଣୀ ଫ୍ଲାଏଓଭର ନିର୍ମାଣ କାମରୁ ବାଦ୍ ପଡ଼ିଲା

jatani......

ଖୋର୍ଦ୍ଧା(ବଳରାମ ଲେଙ୍କା): ଜଟଣୀ ଫ୍ଲାଏ ଓଭର ନିର୍ମାଣରେ ଅନିୟମିତତା ଅଭିଯୋଗ ଘଟଣାରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାକୁ ଝଟକା ଲାଗିଛି। ଜଟଣୀ ଫ୍ଲାଏ ଓଭର ନିର୍ମାଣ କାମରୁ ପଣ୍ଡା ଇନଫ୍ରାକୁ ପୂର୍ତ୍ତ ବିଭାଗ ବାଦ୍‌ ଦେଇଛି।

ସମ୍ବଲପୁରରେ ସଂପୃକ୍ତ ସଂସ୍ଥା ନିର୍ମାଣ କାମ କରୁଛି। ସେଠାରୁ ମଧ୍ୟ ପଣ୍ଡା ଇନଫ୍ରାକୁ ହଟାଇବା ନେଇ ବିଚାର ଚାଲିଥିବା ସୂଚନା ମିଳିଛି।

ଜଟଣୀ ଫ୍ଲାଏ ଓଭର ନିର୍ମାଣ କାମ ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଥିଲା। ୪୦ ଫୁଟ୍ ବଦଳରେ ୨୦ ଫୁଟ୍ ତଳୁ ପିଲର ଉଠାଯାଇଥିବା ଜଟଣୀ ବ୍ୟବସାୟୀ ସଂଘ ଅଭିଯୋଗ କରିଥିଲା।

ସେହିପରି ବମିଖାଲ ଓଭରବ୍ରିଜ ନିର୍ମାଣ କାମ ଚାଲିଥିବା ବେଳେ ଦୁଇ ଦୁଇ ଥର ଭୁଶୁପଡ଼ି ଥିଲା। ଦୁଇଜଣ ଜୀବନ ଯାଇଥିଲା। ଏହି ଘଟଣାରେ ପଣ୍ଡା ଇନଫ୍ରା ସଂସ୍ଥାର ମୁଖ୍ୟ ଜେଲ୍ ଯାଇଥିଲେ।

ଦୁଇ ଦୁଇ ଥର ଅଘଟଣ ପରେ ବମିଖାଲ ଓଭରବ୍ରିଜ୍ କାମରୁ ପଣ୍ଡା ଇନଫ୍ରାକୁ ବାଦ ଦିଆଯାଇଥିଲା।

 

 

 



from Odisha Reporter https://ift.tt/2N1JiRe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages