
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଆଜି ମୋଦି ସରକାର ଖୁସି କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନଟ୍ ସରକାରୀ କର୍ମଚାରୀ ଓ ପେନ୍ସନ୍ ଭୋଗୀଙ୍କ ମହଙ୍ଗା ଭତ୍ତାକୁ ୨% ବୃଦ୍ଧି କରିଛନ୍ତି।
ଏହି ବର୍ଦ୍ଧିତ ଭତ୍ତା ଜୁନ୍ ୧ରୁ ପିଛିଲା ଭାବେ ଲାଗୁ ହେବେ। ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ୪୮.୪୧ ଲକ୍ଷ କର୍ମଚାରୀ ଓ ୬୨.୦୩ ଲକ୍ଷ ପେନ୍ସନ୍ ଭୋଗୀ ଉପକୃତ ହେବେ।
ତେବେ ମହଙ୍ଗା ଭତ୍ତା ବୃଦ୍ଧି ଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ବାର୍ଷିକ ୬,୧୧୨.୦୩ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ସପ୍ତମ ବେତନ କମିଶନଙ୍କ ସୁପାରିସ୍ ଆଧାରରେ ଏହି ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2PgD1yH
No comments:
Post a Comment