ବର୍ଷାଦିନେ କେମିତି ନେବେ ଆଖିର ଯତ୍ନ, ଜାଣନ୍ତୁ କିଛି ଟିପ୍ସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ବର୍ଷାଦିନେ କେମିତି ନେବେ ଆଖିର ଯତ୍ନ, ଜାଣନ୍ତୁ କିଛି ଟିପ୍ସ୍‌

eye1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାକୁ କିଏ କେମିତି ଗ୍ରହଣ କରିଥାଏ। କିଏ ଖୁସି ହୁଏ ତ କିଏ ବିରକ୍ତ ହୁଏ। କିନ୍ତୁ ଗୋଟିଏ କଥା ସତ ଯେ, ବର୍ଷା ହେଲା ମାନେ ଭାଇରାଲ୍‌ ଓ ବ୍ୟାକ୍ଟେରିଆ ସଂକ୍ରମଣର ଆଶଙ୍କା ମଧ୍ୟ ରହିଥାଏ।

ଯେମିତିକି ଏହି ଦିନ ମାନଙ୍କରେ ଆମ ଶରୀରର ସ୍ପର୍ଶକାତ ଅଙ୍ଗ ସବୁ ସଂକ୍ରମଣର ଆଶଙ୍କା ଥାଏ। ଉଦାହରଣ ସ୍ୱରୂପ ‘ଆଖି’। ବର୍ଷାଦିନରେ ଆଖିର ସମସ୍ୟା ବଢ଼ି ଯାଇଥାଏ। ଆସନ୍ତୁ ଜାଣିବା ବର୍ଷା ଦିନରେ ଆଖିର କି ସବୁ ସମସ୍ୟା ଦେଖାଦିଏ ଓ ଏହାର ନିରାକରଣ କେମିତି କରିବେ।

୧. ସବୁବେଳେ ନିଜର ହାତ ଏବଂ ଆଖିକୁ ପୋଛୁଥିବା କପଡ଼ାକୁ ସଫା ରଖନ୍ତୁ। ଆପଣଙ୍କ ବ୍ୟକ୍ତିଗତ ଜିନିଷ ଯେପରିକି, ଚଷମା, ତକିଆ, କଣ୍ଟାକ୍ଟ ଲେନ୍ସ ଇତ୍ୟାଦି କାହାରି ସହିତ ସେୟାର୍‌ କରନ୍ତୁ ନାହିଁ।
୨. ବାହାରକୁ ଯିବା ସମୟରେ ସନ୍‌ଗ୍ଲାସ୍‌ ବା ଚଷମା ପିନ୍ଧନ୍ତୁ। ଏହା ବାହାରର  ସଂକ୍ରମଣ ତତ୍ତ୍ୱକୁ ଆପଣଙ୍କ ଆଖିରେ ପ୍ରବେଶ କରିବାକୁ ଦେଇନଥାଏ।

୩. ସର୍ବଦା ଥଣ୍ଡା ପାଣିରେ ଆଖି ଧୁଅନ୍ତୁ। କଣ୍ଟାକ୍ଟ ଲେନ୍ସ ବାହାର କରିବା ପରେ ଆଖିକୁ ରଗଡ଼ି ଧୁଅନ୍ତୁ ନାହିଁ। ଏପରି କଲେ ଆଖିର କୋର୍ଣ୍ଣିଆ (Cornea) କ୍ଷତିଗ୍ରସ୍ତ ହୋଇଥାଏ।
୪. ଏହି ଦିନ ମାନଙ୍କରେ ଅଧିକ କଣ୍ଟାକ୍ଟ ଲେନ୍ସ ପିନ୍ଧନ୍ତୁ ନାହିଁ। ଏହି କଣ୍ଟାକ୍ଟ ଲେନ୍ସ ଆଖିକୁ ଡ୍ରାଏ କରିଦିଏ। ଏଥିସହିତ ଆଖି ଲାଲ୍‌ ପଡ଼େ ଏବଂ ପୋଡ଼ାଜଳା ମଧ୍ୟ କରିଥାଏ। ସେଥିପାଇଁ ଚଷମା ସଫା ରଖନ୍ତୁ।

Eye4

୫. ଅଧିକ ପାଣି ଥିବା ସ୍ଥାନକୁ କମ୍‌ ଯାଆନ୍ତୁ, କାରଣ ଏହିସବୁ ସ୍ଥାନରେ ଅଧିକ ଭାଇରସ୍‌, ବ୍ୟାକ୍ଟେରିଆ ଏବଂ ଫଙ୍ଗଲସ୍‌ ରହିଥାଆନ୍ତି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଶରୀରକୁ ସୁସ୍ଥ ରଖିବା ସହିତ ଉପଯୁକ୍ତ ଖାଦ୍ୟ ଖାଆନ୍ତୁ।

୬. ବର୍ଷାଦିନେ ଆଖିରେ ହେଉଥିବା ସଂକ୍ରମଣଗୁଡ଼ିକ ହେଉଛି, କଂଜକ୍ଟିଭାଇଟିସ୍‌ (Conjunctivitis) ବା ଆଇ-ଫ୍ଲୁ,, ଷ୍ଟାଇ ଏବଂ କାର୍ଣ୍ଣିୟଲ୍‌ ଅଲସର୍‌।



from OdishaReporter https://ift.tt/2noEU0c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages