‘…କିଛି ଦିନ ପରେ ମୁଁ ମରିଯିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

‘…କିଛି ଦିନ ପରେ ମୁଁ ମରିଯିବି’

irfan

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ ବର୍ତ୍ତମାନ କ୍ୟାନ୍‌ସର୍‌ ସହିତ ଲଢ଼ୁଛନ୍ତି। ସେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। ଇର୍‌ଫାନ୍‌ଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ ହୋଇଛି, ଯାହା ଏକ ବିରଳ କ୍ୟାନ୍‌ସର୍‌। କ୍ୟାନ୍‌ସର୍‌ରେ ପୀଡ଼ିତ ଇର୍‌ଫାନ୍‌  ତାଙ୍କ ରୋଗକୁ ନେଇ ଏମିତି କିଛି କଥା କହିଛନ୍ତି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସେ କହିଛନ୍ତି ଯେ, ତାଙ୍କୁ ଯେଉଁ ପ୍ରକାର କ୍ୟାନ୍‌ସର୍‌ ହୋଇଛି ସେଥିରେ ତାଙ୍କୁ ୬ ଥର କେମୋଥେରାପି ଦିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୪ଟି କେମୋ ଦିଆସରିଛି। ଚତୁର୍ଥ କେମୋ ନେବା ପରେ ତାଙ୍କ ଶରୀରକୁ ସ୍କାନ୍‌ କରାଯାଇଥିଲା, ଯେଉଁଥିରେ ଭଲ ସଙ୍କେତ ମିଳିଛି। ଟେଷ୍ଟ୍‌ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। ଏବେ ୨ଟି କେମୋ ବାକି ରହିଛି। ସମସ୍ତ କେମୋ ଦେବା ପରେ ପୁଣି ଥରେ ତାଙ୍କୁ ସ୍କାନ୍‌ କରାଯିବ।

ସେ ଆହୁରି କହିଛନ୍ତି,“ଏହି ଦୁନିଆରେ କୌଣସି ମଣିଷର ଜୀବନରେ କିଛି ଗ୍ୟାରେଣ୍ଟି ନାହିଁ। କିଛି ଦିନ ହେବ ମୋର ଇଚ୍ଛା ହେଉଛି, ନିଜ ବେକରେ ଏକ ବୋର୍ଡ ଟାଙ୍ଗିବି। ସେଥିରେ ଲେଖି ଦେବି ଯେ ମୋତେ ରୋଗ ହୋଇଛି ଏବଂ କିଛି ଦିନ ପରେ ମୁଁ ମରିଯିବି। ମୋ ମୁଣ୍ଡକୁ ସବୁବେଳେ ଗୋଟିଏ କଥା ଆସୁଛି। ତାହା ହେଉଛି- କିଛି ଦିନ, ମାସ ବା ବର୍ଷ ଭିତରେ ମୁଁ ମରିବାକୁ ଯାଉଛି।”
ଇର୍‌ଫାନ୍‌ କହିଛନ୍ତି,“କେବେ କେବେ ଭାବୁଛି, ସବୁ କଥାକୁ ଭୁଲିଯିବି ଏବଂ ପୁଣି ଥରେ ବଞ୍ଚିବାକୁ ଚେଷ୍ଟା କରିବି। ଜୀବନ ମତେ ଆଉ ଥରେ ବଞ୍ଚିବା ପାଇଁ ସୁଯୋଗ ଦେଉଛି। ମତେ ଏପରି ଲାଗୁଛି, ମୋ ଚାରିପଟେ ଅନ୍ଧାର ରହିଛି। ମୁଁ ଦେଖି ପାରୁନାହିଁ ଯେ ଜୀବନ ମତେ କ’ଣ ଦେଉଛି।”

ଯେବେଠାରୁ ଇର୍‌ଫାନ୍‌ଙ୍କ ରୋଗ ବିଷୟରେ ଜଣାପଡ଼ିଲାଣି ସେବେଠାରୁ ତାଙ୍କ ଫ୍ୟାନ୍‌ ଏବଂ ବଲିଉଡ୍‌ କଳାକାରମାନେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି।

ସୌଜନ୍ୟ- ଅମର ଉଜାଲା



from OdishaReporter https://ift.tt/2vw9bOt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages