
ଅହମ୍ମଦାବାଦ: ଅହମ୍ମଦାବାଦରୁ ଟ୍ରେନ୍ରେ ଭୁଜ୍ ଯାତ୍ରା କରୁଥିବା ବେଳେ ଜଣେ ଭାରତୀୟ ଯବାନଙ୍କ ଏକେ-୪୭ ରାଇଫଲ ଚୋରି ହୋଇଯାଇଛି। ଏନେଇ ଗାନ୍ଧିଧାମ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ ଭୁଜ୍ ଆର୍ମି କ୍ୟାମ୍ପରେ ପଞ୍ଜାବ ୟୁନିଟ୍-୩ର ଲାନ୍ସ ନାୟକ ରଣଜିତ୍ ସିଂହ ନାମକ ଜଣେ ଯବାନ ଡ୍ୟୁଟି କରନ୍ତି। ତେବେ ସେ ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଅହମ୍ମଦାବାଦ ଆସିଥିଲେ। କାର୍ଯ୍ୟକ୍ରମ ସରିବା ପରେ ରଣଜିତ୍ ସିଂହ ବୁଧବାର ରାତିରେ ଟ୍ରେନ୍ରେ ଭୁଜ୍ ଅଭିମୁଖେ ବାହୁଡ଼ି ଥିଲେ।
ତେବେ ଏହି ଯାତ୍ରା ସମୟରେ କେହି ଦୁର୍ବୃତ୍ତ ସମ୍ପୃକ୍ତ ଯବାନଙ୍କ ବ୍ୟାଗ୍ଟିକୁ ଚୋରି କରିନେଇ ଥିଲେ। ଯେତେବେଳେ ସେ ପରଦିନ ସକାଳ ୬ଟା ବେଳେ ଉଠିଲେ ପାଖରେ ତାଙ୍କର ବ୍ୟାଗ୍ ନଥିବା ଦେଖିବାକୁ ପାଇଥିଲେ।
ସେହି ବ୍ୟାଗ୍ରେ ତାଙ୍କର ଲାଇସେନ୍ସପ୍ରାପ୍ତ ଏକେ-୪୭ ରାଇଫଲ, ୪୦,୦୦୦ ଟଙ୍କା, ଏଟିଏମ୍ କାର୍ଡ଼ ଏବଂ ଦୁଇଟି ମୋବାଇଲ ଓ ଦୁଇହଳ ୟୁନିଫର୍ମ ଥିଲା। ତେଣୁ ବ୍ୟାଗ୍ଟି ଚୋରି ହୋଇଯାଇଥିବାରୁ ରଣଜିତ୍ ସିଂହ ବିଚଳିତ ହୋଇପଡ଼ିଥିଲେ। ପରେ ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ରଣଜିତ୍ ଏକ ମାମଲା ରୁଜୁ କରିଛନ୍ତି। ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି।
ସୌଜନ୍ୟ: ଏନ୍ଡିଟିଭି
from OdishaReporter https://ift.tt/2ndcwhT
No comments:
Post a Comment