
କୋରାପୁଟ (ଚିତ୍ତରଞ୍ଜନ ଚୌଧୁରୀ): ଲଗାଣ ବର୍ଷାରେ ବେହାଲ ହେଉଛି କୋରାପୁଟ। ଉପର କୋଲାବ, ମାଛକୁଣ୍ଡ ଓ ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି।
ବନ୍ୟା ଆଶଙ୍କା ନେଇ ସତର୍କ ରହିବା ପାଇଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ତଳିଆ ଅଞ୍ଚଳ ଲୋକଙ୍କୁ ନଦୀତଟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।
ମାଛକୁଣ୍ଡ ଜଳଭଣ୍ଡାରର ବିପଦ ସଂକେତ ୨୭୯୦ ଘନଫୁଟ ରହିଥିବା ବେଳେ ଜଳସ୍ତର ରହିଛି ୨୫୮୮ ଘନଫୁଟ। ତେଣୁ ୫ଟି ଗେଟ୍ ଖୋଲାଯାଇ ୮ ହଜାର ୬ ଶହ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।
ଉପର କୋଲାବ ଠାରେ ବିପଦ ସଂକେତ ୮୫୮ ମିଟର ଥିବା ବେଳେ ଏବେ ଜଳପତ୍ତନ ୮୫୭ ମିଟର ରହିଛି। ବର୍ତ୍ତମାନ ଜଳ ଭଣ୍ଡାରର ୧୧ଟି ଗେଟ୍ରୁ ଗୋଟିଏ ଖୋଲା ଯାଇଛି। ଯଦି ଜଳପତ୍ତନ ବୃଦ୍ଧି ହୁଏ ତେବେ ଆଗକୁ ଆହୁରି ଗେଟ୍ ଖୋଲା ଯିବ ବୋଲି ଅନୁମାନ କରାଯାଉଛି। ଏପରି ଘଟିଲେ ତଳିଆ ଅଞ୍ଚଳରେ ବନ୍ୟା ହେବାର ଯଥେଷ୍ଟ ଆଶଙ୍କା ରହିଛି।
ଜଲାପୁଟ ଜଳଭଣ୍ଡାରରେ ମଧ୍ୟ ଜଳପତ୍ତନ ବିପଦ ସଂକେତ ପାଖାପାଖି ପହଞ୍ଚିଛି। ଏଠାରେ ବିପଦ ସଂକେତ ୨୭୫୦ ଘନଫୁଟ ରହିଥିବା ବେଳେ ଜଳସ୍ତର ବର୍ତ୍ତମାନ ୨୭୪୮ ଘନଫୁଟ ରହିଛି।
from Odisha Reporter https://ift.tt/2PG0n1Y
No comments:
Post a Comment