ଧାରା ୩୫(ଏ)ର ବୈଧତା ମାମଲାର ଶୁଣାଣି ଜାନୁଆରୀକୁ ଘୁଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଧାରା ୩୫(ଏ)ର ବୈଧତା ମାମଲାର ଶୁଣାଣି ଜାନୁଆରୀକୁ ଘୁଞ୍ଚିଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ସ୍ୱତନ୍ତ୍ର ଭାବେ ଲାଗୁ ହୋଇଥିବା ଧାରା ୩୫(ଏ)ର ବୈଧତା ସମ୍ପର୍କିତ ଶୁଣାଣି ପୁଣି ଘୁଞ୍ଚିଛି। ଆସନ୍ତା ବର୍ଷ ଜାନୁଆରୀରେ ଏହାର ଶୁଣାଣି କରାଯିବ ବୋଲି ଆଜି ସୁପ୍ରିମକୋର୍ଟ ରୁଲିଂ ଦେଇଛନ୍ତି।

ଧାରା ୩୫(ଏ)କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହୋଇଥିଲା। ଆଜିର ଶୁଣାଣି ବେଳେ ଉଭୟ କେନ୍ଦ୍ର ଓ ଜମ୍ମୁ-କଶ୍ମୀର ସରକାର ଏହାକୁ ସ୍ଥଗିତ ରଖିବାକୁ ନିବେଦନ କରିଥିଲେ।

ଆସନ୍ତା ଡିସେମ୍ବର ମାସରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ସମ୍ବେଦନଶୀଳ ଧାରା ୩୫(ଏ)ର ବୈଧତା ସମ୍ପର୍କରେ ଶୁଣାଣି ନ ହେଉ ବୋଲି କେନ୍ଦ୍ର ସରକାର ଜଷ୍ଟିସ୍‌ ମିଶ୍ରଙ୍କ ଖଣ୍ଡପୀଠଙ୍କୁ କହିଥିଲେ। ସେହିପରି ଜମ୍ମୁ-କଶ୍ମୀର ସରକାର  ଆସନ୍ତା ଜାନୁଆରୀ କିମ୍ବା ଫେବୃଆରୀରେ ମାମଲାର ଶୁଣାଣି କରାଯାଉ ବୋଲି କହିଥିଲେ।

କେନ୍ଦ୍ର ପକ୍ଷରୁ ଆଜି ପକ୍ଷ ରଖି ଆଟର୍ଣ୍ଣି ଜେନେରାଲ୍‌ କେକେ ଭେନୁଗୋପାଲ କହିଥିଲେ, ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ବ୍ୟାପକ ସଂଖ୍ୟାରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ଯଦି ଏହି ସମୟରେ ଧାରା ୩୫(ଏ)ର ଶୁଣାଣି ହୁଏ, ତା’ହେଲେ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ ବୋଲି ସେ ଖଣ୍ଡପୀଠଙ୍କୁ ଜଣାଇଥିଲେ। ଏହାପରେ ଖଣ୍ଡପୀଠ ଆସନ୍ତା ଜାନୁଆରୀ ଯାଏ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି।

ଧାରା ୩୫(ଏ)କୁ ଅବୈଧ ଘୋଷଣା କରିବାକୁ ଦିଲ୍ଲୀ ବିଜେପି ନେତା ତଥା ଆଇନ୍‌ଜୀବୀ ଅଶ୍ଵିନ ଉପାଧ୍ୟୟ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ।

୧୯୫୪ ମେ’ ୧୪ରେ ତତ୍କାଳୀନ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଏକ ଆଦେଶ ଜରିଆରେ ଏହି ଧାରା ଲାଗୁ କରାଯାଇଥିଲା।

ଧାରା ୩୫-ଏ ଅନୁଯାୟୀ, ଜଣେ ବ୍ୟକ୍ତି ଜମ୍ମୁ-କଶ୍ମୀରର ମୂଳ ଅଧିବାସୀ ହୋଇନଥିଲେ ସେ ରାଜ୍ୟରେ ଜମିବାଡ଼ି କିମ୍ବା ସମ୍ପତ୍ତି କିଣାବିକା କରିପାରିବେ ନାହିଁ। ଏହି ଧାରା ଅନୁଯାୟୀ କେବଳ ଜମ୍ମୁ କଶ୍ମୀରରେ ଜନ୍ମିତ ଲୋକକୁ ସ୍ଥାୟୀ ନାଗରିକ ଭାବେ ବିବେଚନା କରାଯାଇଥାଏ। ସେହିପରି ସମ୍ବିଧାନ ଦ୍ଵାରା ପ୍ରାପ୍ତ କୌଣସି ଅନ୍ୟ ଅଧିକାରର ଉଲ୍ଲଂଘନକୁ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ।

ଏହାବାଦ୍‌ ଯଦି ଜମ୍ମୁ-କଶ୍ମୀରର କୌଣସି ମହିଳା ବାହାର ରାଜ୍ୟର ପୁରୁଷଙ୍କୁ ବିବାହ କରନ୍ତି, ତା’ହେଲେ ସେ ଉପତ୍ୟକାରେ ଥିବା ତାଙ୍କ ଜମି ଉପରୁ ନିଜ ମାଲିକାନା ହରାଇବେ।



from Odisha Reporter https://ift.tt/2wtgXdp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages