
ପାମ୍ପଡ଼ ଖାଇବାକୁ ସମସ୍ତେ ଭଲ ପାଆନ୍ତି। କେହି କେହି ତେଲରେ ଛାଣି ପାମ୍ପଡ଼ ଖାଇଥାନ୍ତି। ଆଉ କିଛି ଲୋକ ଅଛନ୍ତି ଏହାକୁ ପୋଡ଼ି ମଧ୍ୟ ଖାଇଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ମସଲା ପାମ୍ପଡ଼ର ପ୍ରସ୍ତୁତି ପ୍ରଣାଳୀ ଶିଖାଇବୁ। ଏହାକୁ ଆପଣ ଘରେ ଅତି ସହଜରେ କରିପାରିବେ।
ଆବଶ୍ୟକ ସାମଗ୍ରୀ: ୪ଟି ପାମ୍ପଡ଼, ୨ଟି ପିଆଜ,ଦୁଇଟି ଟମାଟୋ, ଧନିଆ ପତ୍ର, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଆବଶ୍ୟକତା ଅନୁସାରେ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପିଆଜ, ଟମାଟୋ ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଏକ ପାତ୍ରରେ ରଖନ୍ତୁ। ଏହାପରେ ମିଡିୟମ ଆଞ୍ଚରେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ପାମ୍ପଡ଼ ପକାଇ ସୁନେଲୀ ରଙ୍ଗ ହେଲା ଯାଏ ଛାଣନ୍ତୁ।
ପାମ୍ପଡ଼ ଛଣା ସରିବା ପରେ ଏହାକୁ ଏକ ପ୍ଲେଟ୍ରେ ରଖନ୍ତୁ। ସେଥିରେ କଟା ହୋଇଥିବା ପିଆଜ, ଟମାଟୋ ଓ ଧନିଆପତ୍ର ପକାନ୍ତୁ। ଶେଷରେ ଲାଲ ଲଙ୍କା ଗୁଣ୍ଡ ଓ ଲୁଣ ଛିଞ୍ଚନ୍ତୁ। ଏହାସହତ ଆପଣ ଚାହିଁଲେ ଲେମ୍ୱୁ ରସ ମଧ୍ୟ ପକାଇ ପାରିବେ। ତିଆରି ହୋଇଗଲା ଆପଣଙ୍କ ମସଲା ପାମ୍ପଡ଼।
from Odisha Reporter https://ift.tt/2C3ozbt
No comments:
Post a Comment