ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଶୂନ୍‌ଶାନ୍‌ ଜଙ୍ଗଲର ଏକ ଗଛରେ ଝୁଲିଛି ମହିଳାଙ୍କ ମରଶରୀର। ଦେହରେ ଖଣ୍ଡିଏ ବି କପଡ଼ା ନାହିଁ। ପାରିପାର୍ଶ୍ୱିକ ପରିସ୍ଥିତିରୁ ଦୁଷ୍କର୍ମ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସନ୍ଦେହ କରାଯାଉଛି। ତେବେ ମୃତ ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ।

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଗୁଲ୍‌ମ ଗାଁ ଲୋକେ ଆଜି ଜଙ୍ଗଲକୁ କରଡି ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ଟିଟିଲାଗଡ଼-ମୁରିବାହାଲ ରାସ୍ତାର ଜଙ୍ଗଲ ଭିତରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତ ମହିଳାଙ୍କ ବୟସ ପାଖାପାଖି ୨୫ରୁ ୩୦ ହେବ। ବେକକୁ ଓଢ଼ଣୀରେ ବାନ୍ଧି ଗଛରେ ଝୁଲାଇ ଦିଆଯାଇଛି। ପାଖରେ ଚପଲ ଓ କଳା ମାଳିଥିବା ଏକ ହାର ପଡ଼ିଛି। ମହିଳାଙ୍କ ନାକରୁ ରକ୍ତ ବାହାରିଥିବା ବେଳେ ସମ୍ୱେଦନଶୀଳ ଅଙ୍ଗରେ କ୍ଷତ ଚିହ୍ନ ରହିଛି। ଏଥିରୁ ସନ୍ଦେହ ହେଉଛି, ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇ ଜଙ୍ଗଲ ଭିତରେ ଝୁଲାଇ ଦିଆଯାଇଛି। ତେବେ ଦୁଷ୍କର୍ମ ଓ ହତ୍ୟା କେଉଁଠି ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ।



from OdishaReporter https://ift.tt/2MfNXif

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages