ବଦଳିଲା ବିସିସିଆଇର ‘ୱାନ୍‌ ଷ୍ଟେଟ୍‌ ୱାନ୍‌’ ଭୋଟ୍‌ ନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ବଦଳିଲା ବିସିସିଆଇର ‘ୱାନ୍‌ ଷ୍ଟେଟ୍‌ ୱାନ୍‌’ ଭୋଟ୍‌ ନୀତି

ନୂଆଦିଲ୍ଲୀ: ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ)ରେ ସଂସ୍କାର ଆଣିବା ପାଇଁ ସୁପ୍ରିମ୍‌କୋର୍ଟ ଜଷ୍ଟିସ୍‌ ଲୋଧା କମିଟି ସୁପାରିସ୍‌କୁ ଆଧାର କରି ପୂର୍ବରୁ ଯେଉଁ ରାୟ ଦେଇଥିଲେ, ଆଜି ଏଥିରେ ପରିବର୍ତ୍ତନ କରିଛନ୍ତି।

ପୂର୍ବରୁ ସର୍ବୋଚ୍ଚ ଅଦାଲତ ୱାନ୍‌ ଷ୍ଟେଟ୍‌ ୱାନ୍‌ ଭୋଟ୍‌ ନୀତି ସପକ୍ଷରେ ରୁଲିଂ ଦେଇଥିଲେ। କିନ୍ତୁ ଆଜି ଏଥିରେ ପରିବର୍ତ୍ତନ କରିଛନ୍ତି। ମହାରାଷ୍ଟ୍ର ଓ ବିଦର୍ଭ ପାଇଁ ଲାଗୁ ହୋଇଥିବା ୱାନ୍‌ ଷ୍ଟେଟ୍‌ ୱାନ୍‌ ଭୋଟ୍‌ ନୀତିକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ରଦ୍ଦ କରିଦେଇଛନ୍ତି।

ସେହିପରି ମୁମ୍ବାଇ, ସୌରାଷ୍ଟ୍ର, ବିଦର୍ଭ ଓ ଭଦୋଦରାକୁ ସ୍ଥାୟୀ କ୍ରିକେଟ୍‌ ବୋର୍ଡର ମାନ୍ୟତା ଦେବାକୁ ବିସିସିଆଇକୁ ସବୁଜ ସଙ୍କେତ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକରଙ୍କ ଖଣ୍ଡପୀଠ ବିସିସିଆଇ ଡ୍ରାଫ୍ଟ୍‌ ସମ୍ବିଧାନକୁ ସାମାନ୍ୟ ସଂଶୋଧନ କରି ମଞ୍ଜୁରୀ ଦେଇଛନ୍ତି। ଏଥିସହ ଆସନ୍ତା ୪ ସପ୍ତାହ ମଧ୍ୟରେ ତାମିଲନାଡୁ ସୋସାଇଟିସ୍‌ର ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କୁ ମଞ୍ଜୁରୀ ପ୍ରାପ୍ତ ବିସିସିଆଇ ସମ୍ବିଧାନକୁ ରେକର୍ଡ ଭୁକ୍ତ କରିବାକୁ କହିଛନ୍ତି।

ଖଣ୍ଡପୀଠ ରେଲୱେ, ସିର୍ଭିସେସ୍‌ ଓ ୟୁନିଭର୍ସିଟିସ୍‌ର ସ୍ଥାୟୀ ସଦସ୍ୟତାକୁ ମଧ୍ୟ କାଏମ ରଖିଛନ୍ତି। ସମସ୍ତ ରାଜ୍ୟର କ୍ରିକେଟ୍‌ ଆସୋସିଏସନ୍‌ ଆସନ୍ତା ୩୦ ଦିନ ମଧ୍ୟରେ ବିସିସିଆଇର ନୂଆ ସମ୍ବିଧାନକୁ କାର୍ଯ୍ୟକାରୀ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଖଣ୍ଡପୀଠ ‘କୁଲିଙ୍ଗ ଅଫ୍‌ ପିରିୟଡ୍‌’କୁ ୩ ବର୍ଷରୁ ୬ ବର୍ଷକୁ ବଢ଼ାଇ ଦେଇଛନ୍ତି। ଯାହା ଦୁଇ ଭାଗରେ କାମ କରିବ। ତେବେ ୭୦ ବର୍ଷୀୟ ବ୍ୟକ୍ତି, ସରକାରୀ ଅଫିସର ତଥା ମନ୍ତ୍ରୀ ଥିବା ବ୍ୟକ୍ତିବିଶେଷମାନେ ବିସିସିଆଇଠାରୁ ଦୂରରେ ରହିବେ। ସୁପ୍ରିମକୋର୍ଟଙ୍କ ଏହି ରୁଲିଂ ବିସିସିଆଇକୁ ସାମାନ୍ୟ ଆଶ୍ୱସ୍ତ ଦେଇଛି।

୭୦ ବର୍ଷ ବୟସ ସମ୍ପର୍କରେ ନିଜର ପକ୍ଷ ରଖି ବରିଷ୍ଠ ଆଇନ୍‌ଜୀବୀ ରଞ୍ଜିତ କୁମାର କହିଥିଲେ, ବିଚାରପତିମାନେ ଅବସର ନେବା ପରେ ମଧ୍ୟ ୭୦ ବର୍ଷ ବୟସରେ ବିଭିନ୍ନ କମିଶନ୍‌ର ଅଧ୍ୟକ୍ଷତା କରିପାରୁଛନ୍ତି। ଯଦି ଏହା ସମ୍ଭବ ହେଉଛି, ତା’ହେଲେ କାହିଁକି ବିସିସିଆଇରେ ୭୦ ବର୍ଷ ବୟସର ବ୍ୟକ୍ତିମାନେ ରହିପାରିବେ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଏହାର ଜବାବ୍‌ରେ ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର କହିଥିଲେ, କମିଶନ୍‌ର ଅଧ୍ୟକ୍ଷତା କରିବା ଖେଳ ପରିଚାଳନା ସହ ତୁଳନୀୟ ନୁହେଁ।

ବିସିସିଆଇରେ ସଂସ୍କାର ଆଣିବା ପାଇଁ ଜଷ୍ଟିସ୍‌ ଲୋଧା କମିଟି ୱାନ୍‌ ଷ୍ଟେଟ୍‌ ୱାନ୍‌ ଭୋଟ୍‌, ୱାନ୍‌ ମେମ୍ବର ୱାନ୍‌ ପୋଷ୍ଟ ଏବଂ ୭୦ ବର୍ଷୀୟ ବ୍ୟକ୍ତିମାନେ ବିସିସିଆଇର କୌଣସି ପୋଷ୍ଟରେ ରହିପାରିବେ ନାହିଁ ବୋଲି ସୁପାରିସ୍‌ କରିଥିଲେ। ଏହାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଥିଲେ। କିନ୍ତୁ ବିସିସିଆଇ ଏହାକୁ ବିରୋଧ କରିଥିଲା।



from OdishaReporter https://ift.tt/2MxuRRz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages