ଆଖିମରା ଭିଡିଓକୁ ନେଇ ସୁପ୍ରିମ୍‌କୋର୍ଟରୁ ପ୍ରିୟାଙ୍କୁ ଆଶ୍ୱସ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଆଖିମରା ଭିଡିଓକୁ ନେଇ ସୁପ୍ରିମ୍‌କୋର୍ଟରୁ ପ୍ରିୟାଙ୍କୁ ଆଶ୍ୱସ୍ତି

priyaaa

ନୂଆଦିଲ୍ଲୀ: ଆଖିମରା ଭିଡିଓକୁ ନେଇ ଚର୍ଚ୍ଚାରେ ଥିବା ମାଲାୟଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅରଙ୍କୁ ସୁପ୍ରିମକୋର୍ଟରୁ ଆଜି ଆଶ୍ୱସ୍ତି ମିଳିଛି। ପ୍ରିୟାଙ୍କ ଆଖିମରା ଗୀତକୁ ନେଇ ହୋଇଥିବା ସମସ୍ତ ମାମଲାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କେଉଁ ଆଧାରରେ ଏପରି ମାମଲା ରୁଜୁ ହୋଇଥିଲା, ଆବେଦନକାରୀଙ୍କ ଆଉ କିଛି କାମ ନାହିଁ କି ବୋଲି କହି ଜଷ୍ଟିସ୍‌ ମିଶ୍ର ପ୍ରଶ୍ନ କରିଛନ୍ତି।

ପ୍ରକାଶ ଥାଉକି,  ‘ଓରୁ ଆଦାର ଲଭ୍‌’ ଫିଲ୍ମର ଏକ ଗୀତରେ ପ୍ରିୟାଙ୍କ ଆଖି ମାରିବା ଦୃଶ୍ୟ ରହିଥିଲା। ଏହି ଲୋକଗୀତ ସହ ମୁସଲମାନମାନଙ୍କ  ଧର୍ମୀୟ ବିଶ୍ଵାସ ଜଡ଼ିତ ଥିବାରୁ ଗୀତର ପିକଚରାଇଜେସନ ବେଳେ ପ୍ରିୟାଙ୍କ ଆଖି ମାରିବା ସେମାନଙ୍କ ଭାବନା ପ୍ରତି କୁଠାରାଘାତ ବୋଲି ଦର୍ଶାଇବା ସହ ଆଖି ମାରିବା ଏକ ଅସଭ୍ୟ ଆଚରଣ ବୋଲି କହି ହାଇଦ୍ରାବାଦରେ ଏକ ମାମଲା ରୁଜୁ ହୋଇଥିଲା।



from Odisha Reporter https://ift.tt/2CgORaH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages