ଲିଭ୍‌ ଇନ୍ ରିଲେସନ୍‌ଶିପ୍‌ରୁ ଜନ୍ମିତ ପିଲାଙ୍କୁ ବି ମିଳୁ ସମ୍ପତ୍ତିର ଅଧିକାର: ଲ’ କମିଶନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଲିଭ୍‌ ଇନ୍ ରିଲେସନ୍‌ଶିପ୍‌ରୁ ଜନ୍ମିତ ପିଲାଙ୍କୁ ବି ମିଳୁ ସମ୍ପତ୍ତିର ଅଧିକାର: ଲ’ କମିଶନ୍

leave-2

ନୂଆଦିଲ୍ଲୀ: ‘ଲିଭ୍‌ ଇନ୍ ରିଲେସନ୍‌ଶିପ୍‌’ରୁ ଜନ୍ମ ହୋଇଥିବା ପିଲା ତାଙ୍କ ପିତାଙ୍କ ସମ୍ପତ୍ତିର ଅଧିକାର ପାଇବା ଦରକାର। ଏଥିପାଇଁ ଏକ ଆଇନ୍‌ ତିଆରି ହେବା ମଧ୍ୟ ଆବଶ୍ୟକ। ୟୁନିଫର୍ମ ସିଭିଲ୍‌ କୋଡ୍ ମାମଲାରେ ଲ’ କମିଶନ୍‌ ଏପରି ପରାମର୍ଶ ଦେଇଛନ୍ତି।

ଏଥିସହିତ ଝିଅ ଓ ପୁଅର ବିବାହ ବୟସ ଗୋଟିଏ ହେବା ଆବଶ୍ୟକ ବୋଲି କମିଶନ୍ ତାଙ୍କ ପରାମର୍ଶ ପତ୍ରରେ ଉଲ୍ଲେଖ କରିଛନ୍ତି। ଖାଲି ସେତିକି ନୁହେଁ, ଛାଡ଼ପତ୍ର ପରେ ସ୍ୱାମୀ ସମ୍ପତ୍ତିର ଅଧାଭାଗ ପତ୍ନୀଙ୍କୁ ଦେବା ମିଳିବା ଆବଶ୍ୟକ ବୋଲି କମିଶନ୍ ପରାମର୍ଶ ଦେଇଛନ୍ତି।

ପର୍ସ ନାଲ ଲ’ ଓ ୟୁନିଫର୍ମ ସିଭିଲ୍‌ କୋଡ୍‌ ମାମଲାରେ କମିଶନ୍ ଜାରି କରିଥିବା ୧୮୫ ପୃଷ୍ଟା ସମ୍ବଳିତ ପରାମର୍ଶ ପତ୍ରରେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ୟୁନିଫର୍ମ ସିଭିଲ୍‌ କୋଡ୍‌ର ନା ଆବଶ୍ୟକତା ଅଛି ନା ଏହା ବାଞ୍ଛନୀୟ।

ବିବାହ ବୟସକୁ ନେଇ କ’ଣ ପରାମର୍ଶ ଦେଲେ ଲ’ କମିଶନ୍:

ବିଭିନ୍ନ ଧର୍ମରେ ବିବାହ ବୟସକୁ ନେଇ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଛି। ପର୍ସନାଲ୍‌ ଲ’ ବାଲ୍ୟ ବିବାହ ନିରୋଧ ଆଇନ୍‌ର ଉଲ୍ଲଙ୍ଘନ କରୁଛି। ତେଣୁ ଏହା ଉପରେ ବିଚାର କରିବା ଆବଶ୍ୟକ।

ସେହିପରି ବିବାହ ବୟସ ପ୍ରକୃତରେ କେତେ ହେବା ଆବଶ୍ୟକ, ସେ ବିଷୟରେ ଟିପ୍ପଣୀ ଦେଇ କମିଶନ କହିଛନ୍ତି ଯେ ସମାଜରେ ଅବଧାରଣା ରହିଛି ଯେ ବିବାହ ସମୟରେ ଝିଅର ବୟସ ପୁଅଠାରୁ କମ୍‌ ହେବା ଆବଶ୍ୟକ।

ଲିଭ୍‌ ଇନ୍ ରିଲେଶନ୍‌ରେ ଜନ୍ମିତ ପିଲାର ଅଧିକାର ସମ୍ପର୍କରେ: ଲ’ କମିଶନ୍‌ କହିଛନ୍ତି, ଦୀର୍ଘ ସମୟ ଧରି ଲିଭ୍‌ ଇନ୍‌ ରିଲେଶନ୍‌ରେ ଜନ୍ମିତ ପିଲା ସନ୍ତାନର ସମସ୍ତ ଅଧିକାର ପାଇବା ଦରକାର। କିନ୍ତୁ ଯଦି ପିଲାଟି ଶର୍ଟ ଟର୍ମ ବା କ୍ଷଣସ୍ଥାୟୀ ଲିଭ୍‌ଇନ୍‌ ରିଲେସନ୍‌ଶିପ୍‌ରୁ ଜନ୍ମ ହୋଇଥାଏ ତେବେ ସେହି ପିଲାଙ୍କୁ ଅବୈଧ ଦର୍ଶାଯାଇପାରେ।

 



from Odisha Reporter https://ift.tt/2LKtGx8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages