
ଶ୍ରୀନଗର: ଇଦ୍ ଉଲ୍ ଜୁହା ଅବସରରେ ଜାମ୍ମୁକାଶ୍ମୀରରେ ଅଶାନ୍ତି ଦେଖା ଦେଇଛି। ଇଦ୍ର ନମାଜ ପାଠ ପରେ ପଥର ଫିଙ୍ଗାଳିମାନେ ଶ୍ରୀନଗରର ସୁରକ୍ଷାକର୍ମୀଙ୍କ ଉପରେ ପ୍ରବଳ ପଥର ମାଡ଼ କରିବା ସହ ପାକିସ୍ତାନର ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ବିଭିନ୍ନ ଅଞ୍ଚଳରେ ଲୁଚି ରହିଥିବା ଲୋକେ ହଠାତ୍ ସେନା ଉପରକୁ ଆକ୍ରମଣ କରିଥିଲେ ଏବଂ ଢେଲା ପଥର ସହ ପେଟ୍ରୋଲ ବମ୍ ମଧ୍ୟ ଫୋପାଡ଼ିଥିଲେ।
ଏହି ଘଟଣା ପଛରେ ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ର ହାତ ଥିବା ସନ୍ଦେହ କରାଯାଉଛି।
ଏକ ଭିନ୍ନ ଘଟଣାରେ ଇଦ୍ ପ୍ରାର୍ଥନା ଶେଷ କରି ଫେରୁଥିବା ସମୟରେ ଆତଙ୍କବାଦୀ ଗୁଳିରେ ଜଣେ ପୁଲିସ୍ ଅଫିସର୍ଙ୍କର ମୃତ୍ୟୁ ହୋଇଛି।
ଏହି ଘଟଣା ପରେ ଶ୍ରୀନଗରରେ ସେନା ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଧିକ ସଂଖ୍ୟାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସେହିପରି ଶ୍ରୀନଗରର ବିଭିନ୍ନ ପ୍ରବେଶ ପଥକୁ ସୁରକ୍ଷାକର୍ମୀ ସିଲ୍ କରିଛନ୍ତି।
from Odisha Reporter https://ift.tt/2wiWJlB
No comments:
Post a Comment