
ମୁମ୍ବାଇ: ମୁମ୍ବାଇର ପରେଲ ଅଞ୍ଚଳରେ ଥିବା କ୍ରିଷ୍ଟାଲ୍ ଟାୱାରରେ ଆଜି ସକାଳେ ନିଆଁ ଲାଗିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୬ ଜଣ ଆହତ ହୋଇଛନ୍ତି।
ଟାୱାରର ସବୁଠୁ ଉଚ୍ଚ ମହଲାରେ ଅନେକ ଲୋକ ଫସି ରହିଥିଲେ। ସେମାନଙ୍କୁ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା।
ଅଗ୍ନଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି,“କ୍ରିଷ୍ଟାଲ୍ ଟାୱାରରେ ନିଆଁ ଲାଗିଥିବା ନେଇ ସକାଳ ୮ଟା ୩୨ ମିନିଟ୍ରେ କଣ୍ଟ୍ରୋଲ୍ ରୁମ୍କୁ ସୂଚନା ଆସିଥିଲା।”
କୋଠାର ୧୨ତମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ପାଖାପାଖି ୮ଟା ୫୫ରୁ ନିଆଁ ଲିଭା ଆରମ୍ଭ ହୋଇଥିଲା ଓ ୧୦ଟା ବେଳକୁ ଶେଷ ହୋଇଥିଲା।
ମୁମ୍ବାଇ ଫାୟାର ବ୍ରିଗେଡ୍ ମୁଖ୍ୟ ପି.ଏସ୍ ରାହାଙ୍ଗଦଲେ କହିଛନ୍ତି, ନିଆଁ ଓ ଧୂଆଁରେ ଲୋକେ ଷ୍ଟେୟାରକେସ୍ରେ ଫସି ରହିଥିଲେ।
ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଏନେଇ ତଦନ୍ତ ଚାଲିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି କୋଠାରେ ଯେମିତି ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିବା କଥା ତାହା ରହି ନଥିଲା।
from Odisha Reporter https://ift.tt/2N85AOh
No comments:
Post a Comment