ପାରିକର ଗୁରୁତର ଅସୁସ୍ଥ, ଚିକିତ୍ସା ପାଇଁ ପୁଣି ଯିବେ ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ପାରିକର ଗୁରୁତର ଅସୁସ୍ଥ, ଚିକିତ୍ସା ପାଇଁ ପୁଣି ଯିବେ ଆମେରିକା

ପାନାଜୀ: ପୁଣିଥରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ତାଙ୍କୁ ଗୋଆର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆମେରିକା ନିଆଯିବ ବୋଲି ବିଧାନସଭା ବାଚସ୍ପତି ପ୍ରମୋଦ ସାୱନ୍ତ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପାରିକର ଗତକାଲି ରାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ବ୍ୟସ୍ତ ହେବାର କାରଣ କିଛି ନାହିଁ। କିନ୍ତୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ସନ୍ଧ୍ୟା ସମୟରେ ଆମେରିକା ନିଆଯିବ। ତେବେ ଗୋଟିଏ ସପ୍ତାହ ମଧ୍ୟରେ ସେ ପୁଣି ଗୋଆକୁ ଫେରିବେ।”

ପାନକ୍ରିୟାଟିକ ରୋଗରେ ଆକ୍ରାନ୍ତ ଥିବା ପାରିକର ପୂର୍ବରୁ ୩ ମାସ ଧରି ଆମେରିକାରେ ଚିକିତ୍ସିତ ହୋଇଥିଲେ। ସେ ସୁସ୍ଥ ହୋଇ ଜୁନ୍‌ ମାସରେ ଗୋଆ ଫେରିଥିଲେ। ଗତ ମାସରେ ମଧ୍ୟ ପାରିକର ନିଜର ଚେକ୍‌ଅପ୍‌ ପାଇଁ ଆମେରିକା ଯାଇଥିଲେ। ଏବେ ପୁଣି ସେ ଆମେରିକା ଯାଉଥିବାରୁ ତାଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି।



from Odisha Reporter https://ift.tt/2MSUQ9J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages