୧୦୦ ବଲ୍‌ ଫର୍ମାଟ୍‌ କ୍ରିକେଟ୍‌କୁ ନେଇ ଚିନ୍ତା ପ୍ରକଟ କଲେ କୋହଲି, କହିଲେ ଏମିତି କିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

୧୦୦ ବଲ୍‌ ଫର୍ମାଟ୍‌ କ୍ରିକେଟ୍‌କୁ ନେଇ ଚିନ୍ତା ପ୍ରକଟ କଲେ କୋହଲି, କହିଲେ ଏମିତି କିଛି

kohil

ସାଉଥାମ୍ପଟନ୍‌(ଓଡ଼ିଶା ରିପୋର୍ଟର୍‌): ଇଂଲଣ୍ଡ୍‌ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ ଦ୍ୱାରା ଆରମ୍ଭ ହେବାକୁ ଯାଉଥିବା ୧୦୦ ବଲ୍‌ ଫର୍ମାଟ୍‌ର କ୍ରିକେଟ୍ ମ୍ୟାଚ୍‌କୁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହଲି ଚିନ୍ତା ପ୍ରକଟ କରିଛନ୍ତି। କ୍ରିକେଟ୍‌ର ଏପରି ନୂଆ ଫର୍ମାଟ୍‌କୁ ସେ ଏଯାଏ ଗ୍ରହଣ କରି ପାରିନାହନ୍ତି ବୋଲି କୋହଲି କହିଛନ୍ତି।

‘ବ୍ୟବସାୟୀକରଣ’, କ୍ରିକେଟ୍‌ର ପ୍ରକୃତ ମାନ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି ବୋଲି ବିରାଟ୍ କହିଛନ୍ତି।

ଆସନ୍ତା ଅପ୍ରେଲ୍ ମାସରେ ଇଂଲଣ୍ଡ୍ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ପକ୍ଷରୁ ଟିଟ୍ୱେଣ୍ଟି ମ୍ୟାଚ୍‌ରୁ ୨୦ ବଲ୍‌ କମ୍‌ ରହୁଥିବା ଏହି ନୂଆ ୧୦୦ ବଲ୍(୧୬ ଓଭର୍ ବିଶିଷ୍ଟ) ଫର୍ମାଟ୍‌ର କ୍ରିକେଟ୍ ମ୍ୟାଚ୍‌ ଆୟୋଜନ ହେବ। ନିଷ୍ପତ୍ତି ଅନୁସାରେ, ପ୍ରଥମ ୧୫ ଓଭର୍‌ ଯାଏ ପ୍ରତି ଓଭର ୬ ବଲ୍‌ ବିଶିଷ୍ଟ ହୋଇଥିବାବେଳେ ଅନ୍ତିମ ତଥା ଷୋଡ଼ଶ ଓଭରରେ ବୋଲର୍‌ ୧୦ଟି ବଲ୍‌ ବୋଲିଂ କରିବେ।

ଏହି ନୂଆ ଫର୍ମାଟ୍‌ ସହିତ ସଂପୃକ୍ତ ବ୍ୟକ୍ତିବିଶେଷ ଓ କ୍ରିକେଟ୍ ଫ୍ୟାନ୍‌ମାନଙ୍କ ପାଇଁ ଏହା ଚମତ୍କାର ଅନୁଭବ ଆଣିବ ବୋଲି କୋହଲି କହିଛନ୍ତି। ତେବେ କୋଣସି ନୂଆ ଫର୍ମାଟ୍‌ର କ୍ରିକେଟ୍‌ ପାଇଁ ସେ ଏଯାଏ ଚିନ୍ତା କରିନାହାନ୍ତି ଏବଂ ଏଥିରେ ସେ ସାମିଲ୍‌ ମଧ୍ୟ ହେବେ ନାହିଁ ବୋଲି କୋହଲି ସ୍ପଷ୍ଟ କରିଛନ୍ତି। ତେବେ ଏପରି ବ୍ୟବସାୟିକ ଦିଗ କ୍ରିକେଟ୍‌ ପ୍ରକୃତ ମାନକୁ ନଷ୍ଟ କରିପାରେ ବୋଲି କୋହଲି କ୍ଷୋଭର ସହ କହିଛନ୍ତି।



from Odisha Reporter https://ift.tt/2BWhlGw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages