
ନୂଆଦିଲ୍ଲୀ: ଅର୍ଥ ହେରଫେର ଅଭିଯୋଗରେ ଭୂଷଣ ଷ୍ଟିଲ୍ର ପୂର୍ବତନ ନିବେଶକ ନିରଜ ସିଂଘଲ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ୨୦୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଏନେଇ Serious Fraud Investigation Office (ଏସ୍ଏଫ୍ଆଇଓ) ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏସ୍ଏଫ୍ଆଇଓ ତାଙ୍କୁ ରାଜଧାନୀ ଦିଲ୍ଲୀରୁ ଗିରଫ କରିବା ପରେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ୍କୁ ପଠାଇ ଦିଆଯାଇଛି।
କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, “ପବ୍ଲିକ୍ ସେକ୍ଟରରୁ ଭୂଷଣ ଷ୍ଟିଲ୍ ଉଠାଇଥିବା ହଜାର ହଜାର କୋଟି ଟଙ୍କାରେ ପୂର୍ବତନ ନିବେଶକ ନିରଜ ସିଂଘଲ ବହୁତ ହେରଫେର କରିଥିବା ତଦନ୍ତ ବେଳେ ଜଣାପଡ଼ିଛି।”
କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ଗତବର୍ଷ କମ୍ପାନୀ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଗିରଫ କରିବାକୁ ଏସ୍ଏଫ୍ଆଇଓକୁ ଅଧିକାର ଦେଇଥିଲା।
ଅର୍ଥ ହେରଫେର ଅଭିଯୋଗରେ ଏସ୍ଏଫ୍ଆଇଓ କାହାକୁ ଗିରଫ କରିବା ଦେଶରେ ପ୍ରଥମ ଘଟଣା।
from OdishaReporter https://ift.tt/2OYiorJ
No comments:
Post a Comment