ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ୍‌: ଜଣେ ସ୍ପିନର୍‌କୁ ଖେଳାଇ ପାରନ୍ତି କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ୍‌: ଜଣେ ସ୍ପିନର୍‌କୁ ଖେଳାଇ ପାରନ୍ତି କୋହଲି

ind-end-test

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଗତକାଲିଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ବର୍ଷା ବାଧକ ସାଜିଥିଲା। କାଲି ମ୍ୟାଚ୍‌ ହେବା ସମ୍ଭବ ହୋଇ ନଥିଲା।

ଆଜି ପାଗରେ ପରିବର୍ତ୍ତନ ଘଟିଥିବାରୁ ମ୍ୟାଚ୍‌ ହେବା ନେଇ ଆଶା ସଞ୍ଚାର ହୋଇଛି। ତେବେ ଇଂଲଣ୍ଡର ପାଣିପାଗକୁ ଦୃଷ୍ଟିରେ ରଖି ଭାରତ ଦୁଇ ଜଣ ବଦଳରେ ଜଣେ ସ୍ପିନର୍‌କୁ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଇଂଲଣ୍ଡ ବୁଧବାରରୁ ତା’ର ପ୍ଲେଇଂ-୧୧ ଘୋଷଣା କରିସାରିଛି। ଭାରତ ଗତକାଲି ଘୋଷଣା କରିବାର ଥିଲା। ବର୍ଷା ଯୋଗୁଁ ପ୍ରଥମ ଦିନ ମ୍ୟାଚ୍‌ ଆରମ୍ଭ ହେବା କଥା ଛାଡ଼ନ୍ତୁ ଟସ୍‌ ବି ପରିପାରି ନଥିଲା। ଏପରି ସ୍ଥିତିରେ ଭାରତ ଏପର୍ଯ୍ୟନ୍ତ ତା’ର ପ୍ଲେଇଂ-୧୧ ଘୋଷଣା କରିନାହିଁ।

ପାଣିପାଗରେ ପରିବର୍ତ୍ତନ ଓ ମୌସୁମୀ ବିଭାଗର ଭବିଷ୍ୟବାଣୀକୁ ଦେଖି ଅଧିନାୟକ ବିରାଟ କୋହଲି ତାଙ୍କ ରଣନୀତି ପରିବର୍ତ୍ତନ କରିପାରନ୍ତି। ବୁଧବାର କୋହଲି କହିଥିଲେ, ସେ ଦୁଇଜଣ ସ୍ପିନର୍‌ଙ୍କୁ ଟିମ୍‌ରେ ସାମିଲ କରିପାରନ୍ତି।

ତେବେ ବର୍ଷା ପରେ ପଡ଼ିଆ ନରମ ଥିବାରୁ ଫାଷ୍ଟ ବୋଲରଙ୍କୁ ଅଧିକ ସହାୟତା ମିଳିବ। ଏପରି ସ୍ଥିତିରେ ସେ ଜଣେ ସ୍ପିନର୍‌ଙ୍କୁ ଖେଳାଇ ପାରନ୍ତି।

ଯଦି କୋହଲି ଜଣେ ସ୍ପିନର୍‌ ନିଅନ୍ତି, ତେବେ ପ୍ଲେଇଂ-୧୧ରେ ରବିଚନ୍ଦ୍ରନ ଅଶ୍ୱିନ୍‌ ସାମିଲ ହେବା ଏକ ପ୍ରକାର ନିଶ୍ଚିତ।



from OdishaReporter https://ift.tt/2AWmbTr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages