ଏବେ କେମିତି ଅଛନ୍ତି କରୁଣାନିଧି, ଜାଣନ୍ତୁ ପୂରା ଅପଡେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଏବେ କେମିତି ଅଛନ୍ତି କରୁଣାନିଧି, ଜାଣନ୍ତୁ ପୂରା ଅପଡେଟ୍‌

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। କରୁଣାନିଧୀଙ୍କ ଶରୀରର ପ୍ରମୁଖ ଅଙ୍ଗ ପ୍ରତ୍ୟକ୍ଷ କାମ କରୁନି। ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନ୍‌ରେ ଏହି ସୂଚନା ଦିଆଯାଇଛି ।

ଶରୀରର ପ୍ରମୁଖ ଅଙ୍ଗ ଠିକ୍ ଭାବେ କାମ କରୁନଥିବା ସୂଚନା ଦେଇଛନ୍ତି ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର।   କରୁଣାନିଧିଙ୍କ ଚିକିତ୍ସା ବର୍ତ୍ତମାନ ପାଇଁ ଡାକ୍ତରଙ୍କ ଲାଗି ଏକପ୍ରକାର ଚ୍ୟାଲେଞ୍ଜ ବୋଲି କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ୨୪ ଘଣ୍ଟିଆ  ନଜର ରଖାଯାଇଛି ।

ଏପଟେ କାବେରୀ ହସ୍ପିଟାଲ୍ ସମ୍ମୁଖରେ କରୁଣାନିଧିଙ୍କ ପ୍ରଂଶସକଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଗତକାଲି ରାତି ସାରା ହସ୍ପିଟାଲ୍ ବାହାରେ ଲୋକଙ୍କ ଭିଡ଼ ଜମି ରହିଛି। ଘଟଣାକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୯୪ ବର୍ଷୀୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଜୁଲାଇ ୨୮ରୁ ତାମିଲନାଡୁର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ ଯାଇ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।



from OdishaReporter https://ift.tt/2vHmpIr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages