ଉବୁଟୁବୁ ରାଜଧାନୀ: ଘରେ ପଶିଲା ବର୍ଷା ପାଣି, ରାତି ସାରା ଲୋକେ ଅନିଦ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଉବୁଟୁବୁ ରାଜଧାନୀ: ଘରେ ପଶିଲା ବର୍ଷା ପାଣି, ରାତି ସାରା ଲୋକେ ଅନିଦ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି। ଫଳରେ ଲୋକେ ରାତି ସାରା ଅନିଦ୍ରା ରହି ଘରୁ ପାଣି କାଢ଼ିଥିଲେ। ବିଶେଷ କରି ନୟାପଲ୍ଲୀ, ଜୟଦେବ ବିହାର, ସିଆର୍‌ପି ଛକ ଓ ପାଇକ ନଗରରେ ପାଣି ଜମା ହୋଇ ରହିଛି।

ବର୍ଷା ପାଣି ସହିତ ମଇଳା ପାଣି ଘରେ ପଶିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ପର୍ଯ୍ୟନ୍ତ ଘରୁ ପାଣି ଛାଡ଼ି ନାହିଁ। ରାତିରେ ଜାତୀୟ ରାଜପଥ ଏବଂ ରାଜଧାନୀର ପ୍ରମୁଖ ଅଞ୍ଚଳରେ ପାଣିର ସୁଅ ଛୁଟୁଥିବାରୁ ଯାତାୟତରେ ଅସୁବିଧା ଉପୁଜିଛି।

ଲଗାଣ ବର୍ଷାକୁ ନେଇ ବିଏମ୍‌ସି ତତ୍ପରତା ପ୍ରକାଶ କରିଛି। ଏଥିପାଇଁ ହେଲ୍‌ପ ଲାଇନ୍ ନମ୍ବର ଜାରି କରାଯାଇଛି। ଟୋଲ୍‌ ଫ୍ରି ନମ୍ବର୍‌ 18003450061ଏବଂ ଜରୁରୀ କଣ୍ଟ୍ରୋଲ ରୁମ୍ ନମ୍ବର 0674-2432281 ରେ ଯୋଗାଯୋଗ କରାଯିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।

 



from OdishaReporter https://ift.tt/2LYRXEn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages