ସାଂଘାତିକ ଅନ୍ଧବିଶ୍ୱାସ: ଡାକ୍ତରଖାନା ବେଡ୍‌ରେ ସାପ କାମୁଡ଼ା ରୋଗୀକୁ ଝଡ଼ାଫୁଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ସାଂଘାତିକ ଅନ୍ଧବିଶ୍ୱାସ: ଡାକ୍ତରଖାନା ବେଡ୍‌ରେ ସାପ କାମୁଡ଼ା ରୋଗୀକୁ ଝଡ଼ାଫୁଙ୍କା

ଅନୁଗୋଳ (ବିରଜା ଦାସ): ଚିକିତ୍ସା ବିଜ୍ଞାନରେ ଯଥେଷ୍ଟ ଉନ୍ନତି ଘଟିଛି। ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଲେଣି। ଏହାପରେ ମଧ୍ୟ ଲୋକେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ।

ପୂରା ଘଝଟଣା ଏମିତି। ଛେଣ୍ଡିପଦା ଥାନାର ମହିଳା କନଷ୍ଟେବଳ ସଂଜୁଲତା ସାହୁଙ୍କୁ ଆଜି ଅପରାହ୍ନରେ ଏକ ବିଷାକ୍ତ ସର୍ପ ଦଂଶନ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଜଣେ ଗୁଣିଆ ଆସି ତାଙ୍କୁ ଝଡ଼ା ଫୁଙ୍କା କରିବାକୁ ଉଦ୍ୟମ କରିଥିଲେ। ଏହା ଜାଣିପାରି ଥାନାଧିକାରିଣୀ ତାଙ୍କୁ ବାରଣ କରିବାରୁ ସେ ସେଠାରୁ ପଳାଇ ଯାଇଥିଲା। ପରେ ସଞ୍ଜୁଲତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।



from OdishaReporter https://ift.tt/2vx9E2K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages