ଏଜି ଛକରେ ପତ୍ନୀ ଓ ଝିଅଙ୍କ ହଙ୍ଗାମା, ଟ୍ରାଫିକ୍ ଥାନାରେ ପହଞ୍ଚିଲେ ପୋଲିସ୍ ଏଡିଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଏଜି ଛକରେ ପତ୍ନୀ ଓ ଝିଅଙ୍କ ହଙ୍ଗାମା, ଟ୍ରାଫିକ୍ ଥାନାରେ ପହଞ୍ଚିଲେ ପୋଲିସ୍ ଏଡିଜି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏଜି ଛକରେ ଟ୍ରାଫିକ ନିୟମ ଭଙ୍ଗକୁ ନେଇ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ ଓ ଅତିରିକ୍ତ ପୁଲିସ୍ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ-ଝିଅଙ୍କ ମଧ୍ୟରେ ବିବାଦକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା।

ଖବର ଅନୁସାରେ ଆଜି ଅପରାହ୍ନ ପ୍ରାୟ ୫ଟା ୧୫ମିନିଟ୍ ସମୟରେ ଏଜି ଛକ ନିକଟରେ ପୁଲିସ ଏଡିଜି ଶ୍ରୀ ଆଚାର୍ଯ୍ୟଙ୍କ ପତ୍ନୀ ବବିତା ଆଚାର୍ଯ୍ୟ ଓ ଝିଅ ଏକ କାର ଯୋଗେ ଯାଉଥିବାବେଳେ ଟ୍ରାଫିକ ନିୟମକୁ ଭାଙ୍ଗି ଆଗକୁ ମାଡ଼ି ଯାଇଥିଲେ। ଯାହାକୁ ନେଇ ସେଠାରେ କାର୍ଯ୍ୟରତ ଟ୍ରାଫିକ ପୁଲିସ୍ କନେଷ୍ଟବଳ ତାଙ୍କୁ ଅଟକାଇଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବାପରେ ଏଡିଜିଙ୍କ ପତ୍ନୀ ଓ ଝିଅ ଗାଡ଼ିରୁ ଓହ୍ଲାଇ ଏଜି ଛକରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଧମକ ଦେଇଥିଲେ।

ଏଡିଜିଙ୍କ ପତ୍ନୀ ଓ ଝିଅଙ୍କ ସହ ଟ୍ରାଫିକ ପୁଲିସର ବଚସା ହେବାରୁ ସେଠାରେ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ତେବେ ସେହି ସମୟରେ ମୁଖ୍ୟମନ୍ତ୍ରୀ ସଚିବାଳୟ ଆସିବା ପାଇଁ ଟ୍ରାଫିକ୍ କ୍ଲିଅର କରାଯାଉଥିବା ବେଳେ ଏଡିଜିଙ୍କ ପତ୍ନୀଙ୍କ ଏଭଳି ଧମକ ପୁଲିସକୁ ଅଡ଼ୁଆରେ ପକାଇଥିଲା।

ବାଧ୍ୟ ହୋଇ ଏଡିଜିଙ୍କ ପତ୍ନୀ ଓ ଝିଅଙ୍କୁ ନିକଟସ୍ଥ ଟ୍ରାଫିକ୍ ଥାନାକୁ ନେଇ ବସାଇ ଦିଅଯାଇ ଥିଲା। ଏହି ଖବର ପାଇଁ ନିଜେ ଏଡିଜି ଶ୍ରୀ ଆଚାର୍ଯ୍ୟ ଟ୍ରାଫିକ୍ ଥାନାରେ ପହଞ୍ଚିବା  ପରେ ମଧ୍ୟ ମାମଲା ଶାନ୍ତ ପଡ଼ିନଥିଲା। ତେବେ ଏ ସଂପର୍କରେ ସଂପୃକ୍ତ ମହିଳା ଟ୍ରାଫିକ୍ କନେଷ୍ଟବଳ ପୁଷ୍ପଲତା ଭୋଇ କହିଛନ୍ତି, ମୁଁ ମୋ କର୍ତ୍ତବ୍ୟ କରିଛି। ପୋଲିସ୍ ନିକଟରେ ସବୁକଥା କହି ସାରିଛି।



from OdishaReporter https://ift.tt/2AwISxy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages