
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଇତିହାସରେ ପ୍ରଥମଥର ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଣେ ମହିଳାଙ୍କୁ ନିଯୁକ୍ତି ମିଳିଛି। ଜଷ୍ଟିସ୍ ଗୀତା ମିତ୍ତଲଙ୍କୁ ଆଜି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି।
ଏହା ପୂର୍ବରୁ ଜଷ୍ଟିସ୍ ମିତ୍ତଲ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ।
ସେହିପରି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର ମେନନ୍ଙ୍କୁ ନିଯୁକ୍ତ କରାଯାଇଛି।
କ୍ୟାଲକାଟା ହାଇକୋର୍ଟର ବିଚାରପତି ଅନିରୁଦ୍ଧ ବୋଷଙ୍କୁ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି।
ସୁପ୍ରିମକୋର୍ଟ କଲେଜିୟମ ପୂର୍ବରୁ ଜଷ୍ଟିସ୍ ବୋଷଙ୍କୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ୍ କରିଥିଲେ ହେଁ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।
ବମ୍ବେ ହାଇକୋର୍ଟର ବିଚାରପତି ବିଜୟ କେ ଥିଲରମାନିଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି।
ଗୁଜରାଟ ହାଇକୋର୍ଟର ବିଚାରପତି ଏମକେ ଶାହଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଛି।
ସେହିପରି ଜଷ୍ଟିସ୍ ହୃଷିକେଶ ରୟଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଛି।
from OdishaReporter https://ift.tt/2n99HOx
No comments:
Post a Comment