୬୮ ବର୍ଷ ପରେ ସୁପ୍ରିମକୋର୍ଟରେ ଘଟିଲା ଏହି ବିରଳ ଘଟଣା, ଜାଣନ୍ତୁ ପୂରା ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

୬୮ ବର୍ଷ ପରେ ସୁପ୍ରିମକୋର୍ଟରେ ଘଟିଲା ଏହି ବିରଳ ଘଟଣା, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ୬୮ ବର୍ଷ ଇତିହାସରେ ସର୍ବପ୍ରଥମ ଘଟଣା। ପ୍ରଥମଥର ପାଇଁ ସୁପ୍ରିମକୋର୍ଟରେ ଏକକାଳୀନ ୩ ଜଣ ମହିଳା ବିଚାରପତି କାର୍ଯ୍ୟ କରିବାର ଏକ ବିରଳ ସଂଯୋଗ ଘଟିଛି।

ପୂର୍ବରୁ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ଓ ଜଷ୍ଟିସ୍‌ ଆର୍‌ ଭାନୁମତି ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ପଦୋନ୍ନତି ପାଇ ସୁପ୍ରିମକୋର୍ଟ ଆସିଛନ୍ତି।

ଏହିକ୍ରମରେ ଜଷ୍ଟିସ୍‌ ବାନାର୍ଜୀ ସୁପ୍ରିମକୋର୍ଟର ୮ମ ମହିଳା ବିଚାରପତିର ମାନ୍ୟତା ପାଇଛନ୍ତି।

୧୯୮୯ରେ ଜଷ୍ଟିସ୍‌ ଫତିମା ବିବି ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବ ନିଯୁକ୍ତ ହୋଇଥିଲେ।

ଏହାପରେ ଜଷ୍ଟିସ୍‌ ସୁଜାତା ଭି ମନୋହର, ଜଷ୍ଟିସ୍‌  ରୁମା ପାଲ୍‌, ଜଷ୍ଟିସ୍‌  ଜ୍ଞାନ ସୁଦ୍ଧା ମିଶ୍ର, ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇ, ଜଷ୍ଟିସ୍‌ ଆର୍‌ ଭାନୁମତି ଓ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ପଦୋନ୍ନତି ପାଇ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ପାଇଥିଲା।

ପୂର୍ବରୁ ସୁପ୍ରିମକୋର୍ଟରେ ବହୁବାର ଏକକାଳୀନ ଦୁଇ ଜଣ ମହିଳା ବିଚାରପତି କାର୍ଯ୍ୟ କରିବାର ନଜିର ଥିବା ବେଳେ ଏବେ ଏକକାଳୀନ ୩ ଜଣ ମହିଳା ବିଚାରପତି କାର୍ଯ୍ୟ କରି ସର୍ବୋଚ୍ଚ ନ୍ୟାୟାଳୟର ଇତିହାସରେ ଆଉ ଫର୍ଦ୍ଦଯୋଡ଼ିଛନ୍ତି।

ନିକଟରେ ସୁପ୍ରିମକୋର୍ଟ କଲେଜିୟମ୍‌ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କ ନାଁକୁ ସର୍ବୋଚ୍ଚ ଅଦାଲତର ବିଚାରପତି ଭାବେ ପଦୋନ୍ନତି ପାଇଁ ସୁପାରିସ୍‌ କରିଥିଲେ।  ଦୁଇ ଦିନ ତଳେ କେନ୍ଦ୍ର ସରକାର ଏହାକୁ ମଞ୍ଜୁରୀ ଦେଇଥିଲେ।

ଜଷ୍ଟିସ୍‌ ଆର୍‌ ଭାନୁମତି ଓ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରାଙ୍କ ଭଳି ୮୦ ଦଶକୁ ଜଷ୍ଟିସ୍‌ ବାନାର୍ଜୀ ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇବା ପୂର୍ବରୁ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ୨୦୧୭ ଏପ୍ରିଲ ୫ରୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାପତି ଭାବେ କାର୍ଯ୍ୟ କରୁଥିଲା। ଜଷ୍ଟିସ୍‌ ବାନାର୍ଜୀଙ୍କ ସମେତ ସୁପ୍ରିମକୋର୍ଟ କଲେଜିୟମ ଜୁଲାଇ ୧୬ରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେଏମ୍‌ ଯୋଜେଫ୍‌ଙ୍କ ନାଁକୁ ପଦୋନ୍ନତି ପାଇଁ ସୁପାରିସ୍‌ କରିଥିଲେ। କେନ୍ଦ୍ର ସରକାର ଏହା ଉପରେ ମୋହର ମାରିଛନ୍ତି।



from OdishaReporter https://ift.tt/2ncfkvC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages