ଆଉ ଦୁଇଦିନ ପରେ ରାଖୀ: ଭଉଣୀଙ୍କୁ କ’ଣ ଗିଫ୍ଟ ଦେବେ ଚିନ୍ତା ଘାରୁଛି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ଆଉ ଦୁଇଦିନ ପରେ ରାଖୀ: ଭଉଣୀଙ୍କୁ କ’ଣ ଗିଫ୍ଟ ଦେବେ ଚିନ୍ତା ଘାରୁଛି କି ?

rakhi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ ତାରିଖରେ ସାରା ଦେଶରେ ପାଳନ ହେବ ରାଖୀ ପୂର୍ଣ୍ଣିମା। ଏହିଦିନ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ତା ଦୀର୍ଘ ଜୀବନ କାମନା କରିବ। ଭାଇ ମଧ୍ୟ ଭଉଣୀକୁ ଜୀବନ ଥିବା ପର୍ଯ୍ୟନ୍ତ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେବ।

ଏହାସହ ରାଖୀ ପୂର୍ଣ୍ଣିମାରେ ଆଉଏକ ରୀତି ରହିଛି। ଭଉଣୀ ରାଖୀ ବାନ୍ଧିବା ପରେ ଭାଇ ତାକୁ କିଛି ଉପହାର ଦେଇଥାଏ। ଏଥିପାଇଁ ଭାଇ-ଭଉଣୀଙ୍କ ମଧ୍ୟରେ ତୁତୁ ମେଁମେଁ ଲାଗିଥାଏ।

ତେବେ ଜାଣନ୍ତୁ ଏମିତି କିଛି ଗିଫ୍ଟ ବିଷୟରେ, ଯାହା ୫୦୦ରୁ କମ୍‌ ଟଙ୍କାରେ ମିଳିଯିବ। ଏହା ଆପଣଙ୍କ ଉଭଣୀଙ୍କୁ ମଧ୍ୟ ପସନ୍ଦ ଆସିବ। ପଢ଼ନ୍ତୁ ଏପରି ୧୦ଟି ଉପହାର ବିଷୟରେ।

rakhiଜୋତା: ଆଜିକାଲି ବଜାରରେ ବହୁତ ସୁନ୍ଦର ସୁନ୍ଦର ଜୋତା ମିଳୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହା ଆପଣଙ୍କ ବଜେଟ୍‌ ଭିତରେ ଆସୁଛି। ଏହାକୁ କିଣିବାକୁ ଇ-କମର୍ସ ସାଇଟ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ ଷ୍ଟୋର୍‌ସ ଦେଖନ୍ତୁ। ଆପଣ ଚାହିଁଲେ, ନିଜେ ବଜାରକୁ ଯାଇ ମଧ୍ୟ କିଣି ପାରିବେ।

rakhiଜୁଏଲରୀ: ଆଜିକାଲି ଏମିତି କେତେ ପ୍ରକାର କଷ୍ଟମାଇଜ୍‌ଡ ଜୁଏଲରୀ ଅନ୍‌ଲାଇନ୍‌ ଷ୍ଟୋର୍‌ସ ଅଛି, ଯେଉଁଠି ମନ ମୁତାବକ ଜୁଏଲରୀ ପ୍ରସ୍ତୁତ କରିହେବ। ଏହାବାଦ୍‌ ଏମାନଙ୍କ ପାଖରେ ବ୍ରଦର୍ସ/ସିଷ୍ଟର୍ସ ଲେଖା ବ୍ରେସ୍‌ଲେଟ୍‌, ରିଙ୍ଗ୍ ଓ ପେଣ୍ଡେଣ୍ଟ ମଧ୍ୟ ଥାଏ। ଏହାକୁ ଆପଣଙ୍କ ଭଉଣୀଙ୍କୁ ଗିଫ୍ଟରେ ଦେଇପାରିବେ।

rakhiସିନେମା ଟିକେଟ୍‌: ଭଉଣୀକୁ କ’ଣ ଦେବେ ଯଦି କିଛି ଚିନ୍ତା କରିପାରୁନାହାନ୍ତି, ତେବେ ସିନେମା ଟିକେଟ୍‌ ଦେଇପାରିବେ। ଦୁଇଟି ଟିକେଟ୍‌ ୫୦୦ ଟଙ୍କା ମଧ୍ୟରେ ଆସିଯିବ।

rakhiପର୍ସ: ସବୁବେଳେ କାମରେ ଆସୁଥିବା ଜିନିଷଟି ହେଲା ପର୍ସ। ଆପଣ ଭଉଣୀକୁ ଏହା ଗିଫ୍ଟ କରିପାରିବେ। ବଜାରରେ ଆରାମ୍‌ରେ ୫୦୦ ଟଙ୍କା ମଧ୍ୟରେ ଭଲ ଦିଶୁଥିବା ପର୍ସ ମିଳିଯିବ।

rakhiସ୍ପା ଭାଉଚର: କୌଣସି ସ୍ପା ସେଣ୍ଟରରୁ ଆପଣ ନିଜ ଭଉଣୀ ପାଇଁ ସ୍ପା ଭାଉଚର ଆଣି ପାରିବେ। ଯଦି ଏହା ନମିଳିଲା, ତେବେ କୌଣସି ଭଲ ପାର୍ଲରରୁ ତାଙ୍କ ପାଇଁ ବ୍ୟୁଟି ଟ୍ରିଟ୍‌ମେଣ୍ଟ ବୁକ୍‌ ଆଣି ଗିଫ୍ଟରେ ଦେଇପାରିବେ।

rakhiଚୁନ୍‌ରୀ କିମ୍ବା ସ୍କାର୍ଫ: ସବୁ ଝିଅ ଚୁନ୍‌ରୀ ଓ ସ୍କାର୍ଫ ବ୍ୟବହାର କରିଥାନ୍ତି। ଆପଣ ଏହାକୁ ମଧ୍ୟ ରାଖୀରେ ଭଉଣୀଙ୍କୁ ଗିଫ୍ଟ କରି ପାରିବେ। ଏହା ଦେଖି ଆପଣଙ୍କ ଭଉଣୀ ଖୁସି ହୋଇଯିବେ। ଏହା ୫୦୦ ଟଙ୍କା ଭିତରେ ଆସିଯିବ।

rakhiଡ୍ରେସ୍‌: ଆଜିକାଲି ବହୁତ ଗୁଡ଼ିଏ ସପିଂ ୱେବସାଇଟ୍‌ରେ ଡ୍ରେସ୍‌ ବିକ୍ରି ହେଉଛି। ଆଉ ଏହା ୫୦୦ ଟଙ୍କା ଭିତରେ ଆସି ଯାଉଛି। ଏପରି ଡ୍ରେସ୍‌ ଦେଖିବାକୁ ମଧ୍ୟ ବହୁତ ଆକର୍ଷଣୀୟ ହୋଇଥାଏ। ଏହାକୁ ଆପଣ ନିଜ ଭଉଣୀଙ୍କୁ ଗିଫ୍ଟ କରିପାରିବେ।

rakhiବହି: ଯଦି ଆପଣଙ୍କ ଭଉଣୀଙ୍କୁ ବହି ପଢ଼ିବାର ସଉକ ଅଛି ତା’ହେଲେ ଭଲ କଥା। ବିଶେଷ କରି ଯଦି ଆପଣଙ୍କ ଭଉଣୀଙ୍କୁ କବିତା ପଢ଼ିବା ପସନ୍ଦ, ତେବେ ତାଙ୍କ ପସନ୍ଦର କବିତା ଥିବା ବହି କିଛି ଗିଫ୍ଟ କରିଦିଅନ୍ତୁ।

rakhiତକିଆ ଖୋଳ: ଝିଅମାନ ସଫା ସୁତୁରା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ବିଶେଷ କରି ତକିଆ ଖୋଳ ସଫା ରହିବା ସେମାନଙ୍କ ପାଇଁ ନିହାତି ଜରୁରୀ। ଅନ୍‌ଲାଇନ୍‌ରେ ରାଖୀ ସ୍ପେଶାଲ୍‌ ତକିଆ ଖୋଳ କିଣି ଭଉଣୀଙ୍କୁ ଗିଫ୍ଟ କରିପାରିବେ। ଚାହିଁଲେ ତାଙ୍କ ପସନ୍ଦ ରଙ୍ଗର ତକିଆ ଖୋଳ ଦେଇପାରିବେ। ଅନ୍‌ଲାଇନ୍‌ରେ ଏହା ୪୯୯ ଟଙ୍କା ମଧ୍ୟରେ ଆସି ଯାଉଛି।

rakhiଇ-ୱାଲେଟ୍‌: ଏତେ ସବୁ ପରେ ବି କ’ଣ ଦେବେ ଯଦି କିଛି ଚିନ୍ତା କରିପାରୁନାହାନ୍ତି ତେବେ ତାଙ୍କ ଇ-ୱାଲେଟ୍‌ ଭରିଦିଅନ୍ତୁ। ସେ ନିଜେ ତାଙ୍କ ପଇସାରେ ନିଜ ପାଇଁ କିଛି କିଣିନେବେ।

ଫଟୋ ସୌଜନ୍ୟ: swirlster.ndtv.com



from Odisha Reporter https://ift.tt/2BHXx9r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages