ଲାଲୁଙ୍କୁ ଝଟ୍‌କା, ୩୦ ସୁଦ୍ଧା ଜେଲ୍‌ ଫେରିବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ଲାଲୁଙ୍କୁ ଝଟ୍‌କା, ୩୦ ସୁଦ୍ଧା ଜେଲ୍‌ ଫେରିବାକୁ ନିର୍ଦ୍ଦେଶ

ରାଞ୍ଚି: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆର୍‌ଜେଡି ସୁପ୍ରିମୋ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କୁ ଆଜି ଝଟ୍‌କା ଲାଗିଛି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଲାଲୁ ୩ ମାସ ପ୍ୟାରୋଲରେ ଯିବାକୁ ଯେଉଁ ଆବେଦନ କରିଥିଲେ ଆଜି ଝାରଖଣ୍ଡ ହାଇକୋର୍ଟ ତାକୁ ଖାରଜ୍‌ କରିଦେଇଛନ୍ତି। ଏଥିସହ କୋର୍ଟ ଅଗଷ୍ଟ ୩୦ ସୁଦ୍ଧା ଲାଲୁଙ୍କୁ ଜେଲ୍‌ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏବେ ଲାଲୁ କିଡନୀ ଓ ଷ୍ଟୋନ୍‌ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ତାଙ୍କୁ ୩ ମାସ ପ୍ୟାରୋଲରେ ଯିବାକୁ ଅନୁମତି ମିଳୁ ବୋଲି ତାଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀ ଆଜି କୋର୍ଟଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରିଥିଲେ। ହେଲେ ଏହାକୁ ସିବିଆଇ ଓକିଲ ରାଜୀବ ସିହ୍ନା ବିରୋଧ କରିଥିଲେ।

ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜଷ୍ଟିସ୍‌ ଅପ୍ରେଶ କୁମାର ସିଂହ ଲାଲୁଙ୍କ ଆବେଦନକୁ ଖାରଜ୍‌ କରିଦେଇଛନ୍ତି। ସେ କହିଛନ୍ତି, ଆର୍‌ଜେଡି ସୁପ୍ରିମୋଙ୍କୁ ଅଧିକ ପ୍ୟାରୋଲ ମିଳିବ ନାହିଁ। ସେ ଅଗଷ୍ଟ ୩୦ ସୁଦ୍ଧା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆତ୍ମସମର୍ପଣ କରନ୍ତୁ। ଏଥିସହ ରାଜ୍ୟ ସରକାର ଲାଲୁଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଅନ୍ତୁ ବୋଲି ଜଷ୍ଟିସ୍‌ ସିଂହ ଆଜି ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ପ୍ରଥମେ ଲାଲୁଙ୍କୁ ଅଗଷ୍ଟ ୧୦, ଅଗଷ୍ଟ ୧୭ ଓ ଶେଷରେ ଅଗଷ୍ଟ ୨୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ପ୍ରଭିଜନାଲ୍‌ ବେଲ୍‌ ଅନୁମତି ଦେଇଥିଲେ।



from Odisha Reporter https://ift.tt/2Lo5FLR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages