ଏସିଆନ୍‌ ଗେମ୍ସ: ସେମିଫାଇନାଲ୍‌ରେ ପୁରୁଷ ହକି ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଏସିଆନ୍‌ ଗେମ୍ସ: ସେମିଫାଇନାଲ୍‌ରେ ପୁରୁଷ ହକି ଦଳ

hocky-india

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ପୁରୁଷ ହକିରେ ଭାରତ ପଦକ ଆଶା ଉଜ୍ଜୀବିତ ରଖିଛି। ଆଜି ଅନୁଷ୍ଠିତ କ୍ୱାର୍ଟର୍‌ ଫାଇନାଲ୍‌ରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ୫-୩ ଗୋଲ୍‌ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛି। ‘ପୁଲ୍‌-ଏ’ରେ ଭାରତର ଏହା କ୍ରମାଗତ ଚତୁର୍ଥ ବିଜୟ।

ଖେଳର ପ୍ରଥମ ମିନିଟ୍‌ରେ ରୂପିନ୍ଦର ପାଲ ସିଂହ ଭାରତ ପାଇଁ ପ୍ରଥମ ଗୋଲ୍‌ ସ୍କୋର୍‌ କରିଥିଲେ। ଏହାର ୩ ମିନିଟ୍‌ ପରେ ଚିଙ୍ଗଲେନ୍‌ସାନା ସିଂହ ଦ୍ୱିତୀୟ ଗୋଲ୍‌ ଦେଇଥିଲେ।

ମ୍ୟାଚ୍‌ର ଦ୍ୱିତୀୟ କ୍ୱାର୍ଟର ଆରମ୍ଭ ହେବା କ୍ଷଣି ଲଲିତ ଉପାଧ୍ୟାୟ ଏକ ଗୋଲ୍‌ ଦେଇ ଭାରତୀୟ ଦଳକୁ ୩-୦ରେ ଆଗୁଆ ରଖିଥିଲେ। ଏହାପରେ ଦକ୍ଷଣ କୋରିଆ ପାଇଥିବା ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ସ୍କୋର ବ୍ୟବଧାନକୁ ୩-୧କୁ ଆଣିଥିଲା।

ଏହା ପରେ ଦକ୍ଷିଣ କୋରିଆ ଅଧିନାୟକ ଏକ ଫିଲ୍ଡ ଗୋଲ୍‌ ଜରିଆରେ ସ୍କୋରକୁ ୩-୨ରେ ରଖିଥିଲେ। ଏହାପରେ କିନ୍ତୁ ଭାରତୀୟ ଦଳ କୋରିଆ ଗୋଲ୍‌ପୋଷ୍ଟ ଉପରେ ବାରମ୍ବାର ଆକ୍ରମଣ କରିଥିଲା। ୪୯ ତମ ମିନିଟ୍‌ରେ ମନପ୍ରୀତ୍‌ ସିଂହ ଏବଂ ୫୫ତମ ମିନିଟ୍‌ରେ ଆକାଶଦୀପ୍‌ ପ୍ରତ୍ୟେକ ଗୋଟିଏ ଲେଖାଏ ଗୋଲ୍‌ ସ୍କୋର୍‌ କରିଥିଲେ।

ମ୍ୟାଚ୍‌ର ଶେଷ ମୂହୁର୍ତ୍ତରେ ଦକ୍ଷିଣ କୋରିଆ ପାଇଥିବା ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ପରାଜୟ ବ୍ୟବଧାନକୁ ୫-୩କୁ କମାଇବାକୁ ସକ୍ଷମ ହୋଇଥିଲା।

ପୂର୍ବରୁ ଭାରତ ଇଣ୍ଡୋନେସିଆକୁ ୧୭-୦, ହଂକଂକୁ ୨୬-୦ ଓ ଜାପାନକୁ ୮-୦ ଗୋଲ୍‌ରେ ପରାସ୍ତ କରିଥିଲା।

ଭାରତ ‘ପୁଲ୍‌-ଏ’ରେ ତା’ର ଶେଷ ମ୍ୟାଚ୍‌ ଆସନ୍ତା ୨୮ ତାରିଖରେ ଶ୍ରୀଲଙ୍କା ସହ ଖେଳିବ।



from Odisha Reporter https://ift.tt/2LrHah4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages