ପୁଣି ଏକକ ନିର୍ବାଚନ ସପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଯୁକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ପୁଣି ଏକକ ନିର୍ବାଚନ ସପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଯୁକ୍ତି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୪୭ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ପୁଣି ଥରେ ଏକକ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେ କହିଛନ୍ତି, ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ଗଣତନ୍ତ୍ର ପାଇଁ ଶୁଭଙ୍କର। ଖୋଲା ମଞ୍ଚ, ଖୋଲା ଚର୍ଚ୍ଚା ପାଇଁ ଏହା ବାଟ କଢ଼ାଇବ। ଦେଶରେ ଏକକ ନିର୍ବାଚନ ସମ୍ଭବ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଏହା ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ।

ମନ୍ କି ବାତ୍‌ ଜରିଆରେ ମୋଦି କେରଳର ଭୟଙ୍କର ବନ୍ୟା କଥା ମଧ୍ୟ ଉଠାଇଛନ୍ତି। ଏହି ପ୍ରଳୟଙ୍କରୀ ବନ୍ୟାରେ କେରଳର ବହୁତ କ୍ଷତି ହୋଇଛି। ଏହି ବିପଦ ସମୟରେ ପୂରା ଦେଶ କେରଳ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛି। କେରଳ ପୁଣି ଥରେ ସୁନ୍ଦର ଆଉ ସୁସ୍ଥ ହୋଇ ଉଠିବ ବୋଲି ସେ ଦୃଢ଼ ନିଶ୍ଚିତ ବୋଲି କହିଛନ୍ତି। ବନ୍ୟା କ୍ଷତିଗ୍ରସ୍ତ କେରଳରେ ସମସ୍ତ ଥଇଥାନ ଓ ପୁନର୍ଗଠନ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ମୋଦି ଆଶା ପ୍ରକାଶ କରିଛନ୍ତି।

ଏହା ସହିତ ଗୁରୁ ଦିବସ ପାଇଁ ଶିକ୍ଷକଙ୍କୁ ଆଗୁଆ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।



from Odisha Reporter https://ift.tt/2PCCmZr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages