ଜଷ୍ଟିସ୍‌ ଯୋଜେଫ୍‌ଙ୍କ ବରିଷ୍ଠତାକୁ ନେଇ ବିବାଦ ପ୍ରସଙ୍ଗ: ସିଜେଆଇଙ୍କୁ ଭେଟିଲେ ବିଚାରପତି ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଜଷ୍ଟିସ୍‌ ଯୋଜେଫ୍‌ଙ୍କ ବରିଷ୍ଠତାକୁ ନେଇ ବିବାଦ ପ୍ରସଙ୍ଗ: ସିଜେଆଇଙ୍କୁ ଭେଟିଲେ ବିଚାରପତି ଦଳ

ନୂଆଦିଲ୍ଲୀ:  ଉତ୍ତରାଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେଏମ୍‌ ଯୋଜେଫ୍‌ଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ମିଳିଥିଲେ ହେଁ ଏହାକୁ ନେଇ ବିବାଦ ଥମିବାର ନାଁ ଧରୁନି। କେନ୍ଦ୍ର ସରକାର ଜଷ୍ଟିସ୍‌ ଯୋଜେଫ୍‌ଙ୍କ ବରିଷ୍ଠତାକୁ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ଏକାଧିକ ବିଚାରପତି।

ଏହି ପ୍ରସଙ୍ଗକୁ ଆଧାର କରି ଆଜି ବିଚାରପତିମାନେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି।

କେନ୍ଦ୍ର ସରକାର ନ୍ୟାୟପାଳିକାରେ ହସ୍ତକ୍ଷେପ କରି ଜଷ୍ଟିସ୍‌ ଯୋଜେଫ୍‌ଙ୍କୁ ଜାଣିଶୁଣି ଅଣଦେଖା କରିଛନ୍ତି ବୋଲି ସେମାନେ ସିଜେଆଇଙ୍କୁ ଜଣାଇଛନ୍ତି।

ସିଜେଆଇ ଜଷ୍ଟିସ୍‌ ମିଶ୍ର ଏ ସମ୍ପର୍କରେ ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ବିଚାରପତିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ର ସରକାର ଅଗଷ୍ଟ ୩ରେ ମାଡ୍ରାସ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିନୀତ ଶରନ୍‌ ଓ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେଏମ୍‌ ଯୋଜେଫ୍‌ଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେଇଥିଲେ।

ଏନେଇ ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ଜଷ୍ଟିସ୍‌ ବନାର୍ଜୀ ଓ ଜଷ୍ଟିସ୍‌ ଶରନ୍‌ଙ୍କ ପରେ ଜଷ୍ଟିସ୍‌ ଯୋଜେଫ୍‌ଙ୍କ ନାଁ ରହିଥିଲା।

ଅନ୍ୟ ଦୁଇ ବିଚାରପତିଙ୍କ ଠାରୁ ଜଷ୍ଟିସ୍‌ ଯୋଜେଫ୍‌ ବରିଷ୍ଠ ଏବଂ ସୁପ୍ରିମକୋର୍ଟ କଲେଜିୟମ୍‌ ଜାନୁଆରୀ ମାସରୁ ଜଷ୍ଟିସ୍‌ ଯୋଜେଫ୍‌ଙ୍କୁ ପଦୋନ୍ନତି ପାଇଁ ସୁପାରିସ୍‌ କରିଥିଲେ।

ଏହା ସତ୍ତ୍ୱେ କେନ୍ଦ୍ର ସରକାର କେମିତି ତାଙ୍କ ନାଁ ଅନ୍ୟ ଦୁଇ ବିଚାରପତିଙ୍କ ତଳେ  ରଖିଲେ ବୋଲି ସୁପ୍ରିମକୋର୍ଟର ବିଚାରପତିମାନେ ପ୍ରଶ୍ନ କରିଛନ୍ତି।

ଜଷ୍ଟିସ୍‌ ଯୋଜେଫ୍‌ ୨୦୦୪ ଅକ୍ଟୋବର ୧୪ରେ ହାଇକୋର୍ଟ ବିଚାରପତି ହୋଇଥିଲେ। ୨୦୧୪ ଜୁଲାଇ ୩୧ରେ ତାଙ୍କୁ ପଦୋନ୍ନତି ଦିଆଯାଇ ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଥିଲା।

ସେ ୨୦୨୩ ମସିହା ଜୁନ୍‌ ୧୬ରେ ସେ ସୁପ୍ରିମକୋର୍ଟରୁ ଅବସର ନେବେ।

ସେହିପରି ଜଷ୍ଟିସ୍‌ ବାନାର୍ଜୀ ୨୦୦୨ ମସିହା ଫେବୃଆରୀ ୫ରେ ହାଇକୋର୍ଟ ବିଚାରପତି ଓ ୨୦୧୭ ମସିହା ଏପ୍ରିଲ ୫ରେ ମୁଖ୍ୟ ବିଚାରପତି ହୋଇଥିଲେ। ସେ ୨୦୨୨, ସେପ୍ଟେମ୍ବର ୨୩ରେ ଅବସର ନେବେ।

ଜଷ୍ଟିସ୍‌ ଶରନ୍‌ ୨୦୦୨ ମସିହା ଫେବୃଆରୀ ୧୪ରେ ହାଇକୋର୍ଟ ବିଚାରପତି ଓ ୨୦୧୬ ମସିହା ଫେବୃଆରୀ ୨୬ରେ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ସେ ୨୦୨୨ ମସିହା ମେ’ ୧୦ରେ ସୁପ୍ରିମକୋର୍ଟରୁ ଅବସର ନେବେ।



from OdishaReporter https://ift.tt/2vmrxCr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages