
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବାର ଜଣେ ସହଯୋଗୀକୁ ନେସନାଲ୍ ଇନ୍ଭେଷ୍ଟିଗେଶନ୍ ଏଜେନ୍ସି (ଏନ୍ଆଇଏ) ଗିରଫ କରିଛି। ହବିବୁର ରେହମାନ୍ ଓରଫ୍ ହବିବ୍ ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଛି। ହବିବ୍ ସାଉଦି ଆରବରୁ ଭାରତକୁ ଆସୁଥିଲା। ତାଙ୍କ ଘର କେନ୍ଦ୍ରାପଡ଼ାରେ ବୋଲି ଜଣାପଡିଛି।
ହବିବ୍ ନାଁରେ ପୂର୍ବରୁ ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ପକ୍ଷରୁ ଜାମିନ୍ ବିହିନ ଗିରଫ ପରୱାନା ଜାରି କରାଯାଇଥିଲା। ଏନ୍ଆଇଏର ଅଭିଯୋଗ ଅନୁଯାୟୀ ହବିବ୍ କୁଖ୍ୟାତ ଲସ୍କର ଆତଙ୍କବାଦୀ ଶେଖ୍ ଅବଦୁଲ୍ ନଇମ୍ର ଘନିଷ୍ଠ ସହଯୋଗୀ ଭାବେ କାମ କରୁଥିଲା। ୨୦୦୭ରେ ଦୁଇଜଣ ପାକିସ୍ତାନୀ ଓ ଜଣେ କାଶ୍ମୀର ଆତଙ୍କବାଦୀଙ୍କୁ ଭାରତ ଭିତରକୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଥିବା ବେଳେ ଶେଖ୍ ଅବଦୁଲ୍ ନଇମ୍କୁ ଗିରଫ କରାଯାଇଥିଲା। କିନ୍ତୁ ପରେ ସେ ହାଜତରୁ ଫେରାର ହୋଇ ଆତଙ୍କବାଦୀ ସଂଗଠନରେ ପୁଣି ସାମିଲ ହୋଇଯାଇଥିଲା।
୨୦୧୭ରେ ନଇମ୍ଙ୍କୁ ପୁଣିଥର ଗିରଫ କରାଯିବା ପରେ ହବିବୁର୍ ରେହମାନ୍ ସହ ଅନ୍ୟ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ନଇମ୍ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ହବିବୁର୍ ରେହମାନ୍ ଟଙ୍କା ଯୋଗାଡ଼ରେ ସହାୟତା କରୁଥିଲା। ଏପରିକି ନଇମ୍ଙ୍କ ଲୁଚିବାରେ ମଧ୍ୟ ହବିବୁର୍ ସାହାଯ୍ୟ କରୁଥିଲା। ହବିବୁର୍କୁ ଦିଲ୍ଲୀ ପାଟିଆଲା ହାଉସ୍ କୋର୍ଟରେ NIA ହାଜର କରିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିଛି।
from OdishaReporter https://ift.tt/2OgJ9X5
No comments:
Post a Comment