ଏହି ସବୁ ନଦୀରେ ବିସର୍ଜନ ହେବ ବାଜପେୟୀଙ୍କ ଚିତାଭସ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଏହି ସବୁ ନଦୀରେ ବିସର୍ଜନ ହେବ ବାଜପେୟୀଙ୍କ ଚିତାଭସ୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ମହୋଦଧିରେ ବିସର୍ଜନ ହେଲା ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ। ଏକ ବିରାଟ ପଟୁଆରରେ ବିଜେପିର ଏହି ସର୍ବମାନ୍ୟ ନେତାଙ୍କ ଚିତାଭସ୍ମକୁ ନେଇ ନେତା, କର୍ମୀ ଓ କାର୍ଯ୍ୟକର୍ତ୍ତାମାନେ ଆଜି ପୁରୀ ବାହାରିଥିଲେ। ବାଟରେ ପ୍ରତି ଛକରେ ଅଟଳଙ୍କ ପ୍ରତି ଶେଷସମ୍ମାନ ଜଣାଇବାକୁ ସାଧାରଣ ଲୋକ ଓ ଶୁଭେଛୁ ଏକାଠି ହୋଇଥିଲେ।

ତେବେ ଆସନ୍ତାକାଲି (ଶୁକ୍ରବାର) ଭୁବନେଶ୍ୱରରେ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଦଳ ଆୟୋଜନ କରିବ ସାର୍ବଜନୀନ ଓ ସର୍ବଦଳୀୟ ସଭା। ଯେଉଁଥିରେ ବିଜେଡି, କଂଗ୍ରେସ ସହ ଅନ୍ୟ ଦଳର ପ୍ରମୁଖ ନେତା ଓ ବିଧାୟକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ଋଷିକୂଲ୍ୟା ପରି ରାଜ୍ୟର ପ୍ରମୁଖ ନଦୀରେ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ କରିବାକୁ ଦଳ ଯୋଜନା କରିଛି।

ଆଜି ସକାଳେ ଦଳୀୟ କାର୍ଯ୍ୟାଳୟରୁ ବାହାରିଥିବା ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ କେଭି ସିଂହଦେଓଙ୍କ ସମେତ ଅଧିକାଂଶ ତୁଙ୍ଗ ନେତା ସାମିଲ ହୋଇଥିଲେ। ବାଜପେୟୀ ଅମର ରହେ ଧ୍ୱନୀରେ କମ୍ପିଥିଲା ପୂରା ପରିବେଶ। ପିପିଲିରେ ସ୍କୁଲ ପିଲାମାନେ ବି ଦିବଂଗତ ଜନନେତାଙ୍କୁ ସମ୍ମାନ ଦେବା ପାଇଁ ପହଞ୍ଚିଥିଲେ।  ଅଠରନଳାରେ ପଟୁଆର ପହଞ୍ଚିବା ପରେ ନେତାଙ୍କ ସହ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ବି ଚାଲି ଚାଲି ବଡ଼ଦାଣ୍ଡ ଦେଇ ସିଂହଦ୍ୱାର ପର୍ଯ୍ୟନ୍ତ ଯାଇଥିଲେ।

ପରେ ଚିତାଭସ୍ମକୁ ଶ୍ରୀମନ୍ଦିର ଚାରିପଟରେ ପରିକ୍ରମା କରାଯାଇଥିଲା। ଲଷ୍ମୀ ମନ୍ଦିର ଦେଇ ଅପରାହ୍ମ ୫ଟାରେ ମହୋଦଧୀରେ ଚିତାଭସ୍ମକୁ ବିସର୍ଜନ କରାଯାଇଥିଲା।

ତେବେ ଆସନ୍ତାକାଲି (ଶୁକ୍ରବାର) ବାଜପେୟୀଙ୍କୁ ଶେଷ ସମ୍ମାନ ଦେବା ପାଇଁ ଭୁବନେଶ୍ୱରେ ବିଜେପି ଆୟୋଜନ କରୁଛି  ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା।

ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ବିଧାୟକ ବିରୋଧୀ ଦଳ ନେତା ଓ ଅନ୍ୟ ଦଳର ମୁଖିଆ ମାନଙ୍କୁ ମଧ୍ୟ ଦଳ ନିମନ୍ତ୍ରଣ କରିଛି। ମୁଖ୍ୟମନ୍ତ୍ରୀ ଏହି ସଭାରେ ଯୋଗ ଦେଉଥିବା ନେଇ ସୂଚନା ମିଳିଛି। ସେପଟେ ଆଜି ସକାଳେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଚିତାଭସ୍ମ କଳସରେ ପୁଷ୍ପାଞ୍ଜଳି ଅପର୍ଣ କରିଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।



from Odisha Reporter https://ift.tt/2Pzb8CT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages