ୟୁପିଏ ସମୟରେ ଜିଡିପି ବଢ଼ିଥିବା ତଥ୍ୟ ୱେବ୍‌ସାଇଟ୍‌ରୁ ହଟିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ୟୁପିଏ ସମୟରେ ଜିଡିପି ବଢ଼ିଥିବା ତଥ୍ୟ ୱେବ୍‌ସାଇଟ୍‌ରୁ ହଟିଲା

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ କଂଗ୍ରେସ୍‌ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ସମୟରେ ଦେଶର ଜିଡିପି ପ୍ରଥମଥର ପାଇଁ ଦୁଇ ଅଙ୍କ ଛୁଇଁଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶାଣିତ ଅର୍ଥନୀତିକ ନୀତି ଯୋଗୁ ଦେଶର ଜିଡିପିରେ ଅଭିବୃଦ୍ଧି ଘଟିଥିଲା ବୋଲି ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏପରି କି କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ୱେବ୍‌ସାଇଟ୍‌ରେ ମଧ୍ୟ ଏହି ତଥ୍ୟ ପ୍ରକାଶ ପାଇଥିଲା।
କିନ୍ତୁ ଏବେ ସରକାରୀ ୱେବ୍‌ସାଇଟ୍‌ରୁ ଏହି ତଥ୍ୟକୁ ହଟାଇ ଦିଆଯାଇଛି।

ଜୁଲାଇ ୨୫ରେ ମନ୍ତ୍ରଣାଳୟର ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଭାରତର ଜିଡିପି ଅଭିବୃଦ୍ଧିହାର ୨୦୧୦-୧୧ରେ ୧୦.୮%ରେ ପହଞ୍ଚିଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ଭାବେ ମନମୋହନ ସିଂହ ଦାୟିତ୍ୱରେ ଥିଲେ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବିରୋଧୀଦଳ ଗୁଡ଼ିକ ବର୍ତ୍ତମାନର କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏନ୍‌ଡିଏ ସରକାରଙ୍କ ପାଇଁ ଦିନକୁ ଦିନ ଦେଶର ଜିଡିପି ଅଭିବୃଦ୍ଧିହାର ହ୍ରାସ ପାଉଛି ବୋଲି ସେମାନେ ମତ ଦେଇଥିଲେ।
୨୦୧୭-୧୮ରେ ଦେଶର ଜିଡିପି ଅଭିବୃଦ୍ଧି ମାତ୍ର ୬.୭% ରହିଛି।

ଯଦି ଏବେକାର ମୋଦି ସରକାର ମନମୋହନ ସିଂହ ଆପଣାଇଥିବା ନୀତିକୁ ଠିକ୍‌ ଭାବ ପରିଚାଳନା କରିଥାଆନ୍ତେ, ତେବେ ଦେଶର ଅଭିବୃଦ୍ଧି ଆହୁରି ବଢ଼ିଥାଆନ୍ତା ବୋଲି ବିରୋଧୀ କଂଗ୍ରେସ ପକ୍ଷରୁ ମତ ଦିଆଯାଇଥିଲା।

ଏହି ବିବାଦ ଦିନକୁ ଦିନ ଘନେଇବାରୁ କେନ୍ଦ୍ର ସରକାର ଆଜି ୱେବ୍‌ସାଇଟ୍‌ରୁ ଏହି ତଥ୍ୟକୁ ହଟାଇ ଦେଇଛନ୍ତି।  ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଖୁବ୍‌ଶୀଘ୍ର ଜିଡିପି ଅଭିବୃଦ୍ଧିକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ତୁଟାଇବା ପାଇଁ ନୂଆ ତଥ୍ୟ ଜାରି କରାଯିବ।
ନୂଆ କରି ଗଠିତ ହୋଇଥିବା ଏକ ପ୍ୟାନେଲ୍‌ ୨୦୧୦-୧୧ରେ ଦେଶର ଜିଡିପି ସମ୍ପର୍କରେ ଏଭଳି ତଥ୍ୟ ଦେଇଥିଲେ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଥଲେ, ୧୯୯୧ରୁ ୨୦୦୪ ମଧ୍ୟରେ ଦେଶର ହୋଇଥିବା ଆର୍ଥିକ ସଂସ୍କାର ଓ ଅଟଳଜୀଙ୍କ ସମୟରେ ଅର୍ଥନୀତିକ ବିକାଶକୁ ଅଧିକ ଗୁରୁତ୍ୱ ଦେବାରୁ ୨୦୦୮ ପର୍ଯ୍ୟନ୍ତ ଦେଶ ବିକାଶର ରାସ୍ତାରେ ଚାଲିପାରିଥିଲା। କିନ୍ତୁ ଯେତେବେଳେ ଏହି ପରିଶ୍ରମରୁ ମିଳିଥିବା ଫଳକୁ କ୍ଷମତାରେ ଥିବା ସରକାର ନଷ୍ଟ କରିବା ଆରମ୍ଭ କଲେ ଦେଶର ଅଭିବୃଦ୍ଧି ଧୀରେଧୀରେ କମିବା ଆରମ୍ଭ ହୋଇଥିଲା।



from Odisha Reporter https://ift.tt/2nV09qQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages