
କଟକ: କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜରେ ଚିକିତ୍ସିତ ହେଉଥିବା ହାତୀ ଛୁଆର ମୃତ୍ୟୁ ହୋଇଛି। ଛୁଆ ହାତୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ଗତ ୧୬ ତାରିଖରେ ଖମାରନୂଆ ଗାଁର ବାସିନ୍ଦା ଏହି ହାତୀ ଛୁଆକୁ ଏକ କେନାଲ ମଧ୍ୟରୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ହାତୀ ଛୁଆର ବୟସ ୭ମାସ ହୋଇଥିବା ବେଳେ ସେ ଜ୍ୱର ଓ ଝାଡ଼ା ରୋଗରେ ପୀଡ଼ିତ ଥିଲା। ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ତା’ର ଚିକିତ୍ସା କରୁଥିଲେ । ତେବେ ସ୍ୱସ୍ଥ୍ୟରେ ଅବନତି ଘଟିବା ସହ ଗତକାଲି ରାତିରେ ଖୁଣ୍ଟୁଣୀ ରେଞ୍ଜ କାର୍ଯ୍ୟାଳୟରେ ତା’ର ମୃତ୍ୟୁ ଘଟିଛି।
from Odisha Reporter https://ift.tt/2N7Nlsm
No comments:
Post a Comment