ଜାଣନ୍ତୁ, ‘ଲାଫିଙ୍ଗ୍ ବୁଦ୍ଧ’ କିଏ ଏବଂ ତାଙ୍କ ମୂର୍ତ୍ତିକୁ କେଉଁଠି ରଖିଲେ ଶୁଭଦାୟକ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ଜାଣନ୍ତୁ, ‘ଲାଫିଙ୍ଗ୍ ବୁଦ୍ଧ’ କିଏ ଏବଂ ତାଙ୍କ ମୂର୍ତ୍ତିକୁ କେଉଁଠି ରଖିଲେ ଶୁଭଦାୟକ?

(ଓଡ଼ିଶା ରିପୋର୍ଟର୍‌): ଭାରତରେ ବାସ୍ତୁଶାସ୍ତ୍ର ଭଳି ଚାଇନିଜ୍ ବାସ୍ତୁଶାସ୍ତ୍ରକୁ ‘ଫେଙ୍ଗ୍‌ସୁଇ’ କୁହାଯାଏ। ବାସ୍ତୁଶାସ୍ତ୍ରରେ ଆମେ ବାସ୍ତୁ ଦେବତା ଓ ଧନର ଦେବତା କୁବେରଙ୍କୁ ପୂଜା କରିଥାଉ। ତେବେ ‘ଫେଙ୍ଗ୍‌ସୁଇ’ ଅନୁଯାୟୀ, ଘରେ ଓ ଦୋକାନରେ ‘ଲାଫିଙ୍ଗ୍‌ ବୁଦ୍ଧ’ଙ୍କ ମୂର୍ତ୍ତି ରଖିଲେ, ସୁଖ ଓ ସମୃଦ୍ଧି ବଢ଼ିଥାଏ।

ତେବେ ଆପଣ ଜାଣିଛନ୍ତି କି, କିଏ ଏହି ‘ଲାଫିଙ୍ଗ୍‌ ବୁଦ୍ଧ’? ଆସନ୍ତୁ ଜାଣିବା, ଏହି ‘ଲାଫିଙ୍ଗ୍‌ ବୁଦ୍ଧ’ଙ୍କ ପ୍ରକୃତ ପରିଚୟ।

ଭାରତ ବ୍ୟତୀତ ଚୀନ୍‌ ଓ ଜାପାନରେ ଭଗବାନ ବୁଦ୍ଧଙ୍କ ବହୁ ଅନୁଗାମୀ ଥିଲେ। ବୁଦ୍ଧଙ୍କ ଏହି ବିଦେଶୀ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲେ ଜାପାନ୍‌ର ଇଲେ ହୋତେଇ।

କୁହାଯାଏ, ହୋତେଇ ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ତାଙ୍କୁ ଯେତେବେଳେ ଆତ୍ମଜ୍ଞାନ ପ୍ରାପ୍ତ ହେଲା, ସେତେବେଳେ ସେ ଖୁବ୍ ଜୋର୍‌ରେ ହସିବାକୁ ଲାଗିଲେ। ଆଉ ପରେ ନିଜର ଏହି ହସ ବଳରେ ସେ ଲୋକଙ୍କୁ ହସିବା ଓ ଖୁସି ରହିବାର ଶିକ୍ଷା ଦେଲେ। ସେ ଯୁଆଡ଼େ ବି ଯାଉଥିଲେ, ସେଠାରେ ସମସ୍ତଙ୍କୁ ହସାଉଥିଲେ। ଏଥିପାଇଁ ଜାପାନ୍‌ରେ ତାଙ୍କୁ ‘ଲାଫିଙ୍ଗ୍‌ ବୁଦ୍ଧ’ କୁହାଗଲା।

ଧୀରେ ଧୀରେ ବିଶ୍ୱର ବିଭିନ୍ନ ଦେଶରେ ହାତେଇଙ୍କ ଅନୁଗାମୀଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ଦେଖୁ ଦେଖୁ, ସାରା ଦୁନିଆରେ କୋଟି କୋଟି ଲୋକ ତାଙ୍କୁ ମାନିବାକୁ ଲାଗିଲେ।

ତେବେ ଚୀନ୍‌ରେ କିଛି ଭିନ୍ନ କଥା କୁହାଯାଏ। ଚୀନ୍ ଲୋକକଥା ଅନୁସାରେ, ‘ଲାଫିଙ୍ଗ୍‌ ବୁଦ୍ଧ’ ହେଉଛନ୍ତି ଚାଇନିଜ୍‌ଙ୍କ ଦେବତା। ଚୀନ୍‌ରେ ତାଙ୍କୁ ପୁତାଇ ନାମରେ ସମସ୍ତେ ଜାଣନ୍ତି। ସେ ଜଣେ ବୌଦ୍ଧ ଭିକ୍ଷୁକ ଥିଲେ । ସେ ଯେଉଁଆଡ଼େ ଯାଉଥିଲେ, ନିଜ ଗୋଲ୍ ଓ ପୃଥୁଳକାୟ ଶରୀର ଦେଖାଇ ସମସ୍ତଙ୍କୁ ହସାଉଥିଲେ ଏବଂ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରୁଥିଲେ। ସେବେଠୁ ହିଁ ଲୋକମାନେ ତାଙ୍କୁ ଭଗବାନ ମାନିବାକୁ ଲାଗିଲେ।

ତେଣୁ ‘ଫେଙ୍ଗ୍‌ସୁଇ’ ଅନୁଯାୟୀ, ଘରେ ‘ଲାଫିଙ୍ଗ୍‌ ବୁଦ୍ଧ’ ମୂର୍ତ୍ତି ରଖିଲେ, ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ । ଘରର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ। ତେବେ ଲାଫିଙ୍ଗ୍‌ ବୁଦ୍ଧକୁ ବିଭିନ୍ନ ସ୍ଥାନରେ ରଖିବା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି। ଆସନ୍ତୁ ଜାଣିବା, ସେହିସବୁ ନିୟମ।

୧. ‘ଲାଫିଙ୍ଗ୍‌ ବୁଦ୍ଧ’ଙ୍କ ମୂର୍ତ୍ତିକୁ ଭୁଲରେ ବି ମୁଖ୍ୟ ଦ୍ୱାର ସାମ୍ନାରେ ରଖନ୍ତୁ ନାହିଁ।

୨. ଦୁଇ ହାତ ଉପରକୁ ଉଠାଇ ହସୁଥିବା ‘ଲାଫିଙ୍ଗ୍‌ ବୁଦ୍ଧ’ଙ୍କ ମୂର୍ତ୍ତି ଘରର ପୂର୍ବ ଦିଗରେ ରଖନ୍ତୁ।

୩. ଦକ୍ଷିଣ-ପୂର୍ବ ଦିଗରେ ‘ଲାଫିଙ୍ଗ୍‌ ବୁଦ୍ଧ’ ରଖିଲେ, ଘରକୁ ସକାରାତ୍ମକ ଶକ୍ତି ଆସିବା ସହ ଧନ ମଧ୍ୟ ବୃଦ୍ଧି ହୋଇଥାଏ।

୪. ଯଦି ଆପଣଙ୍କ ଘରକୁ ଅବା ଘରର କୌଣସି ସଦସ୍ୟଙ୍କ ଉପରେ କେହି ଖରାପ ନଜର ପକାଉଛନ୍ତି, ତେବେ ଘରେ ନୌକାରେ ବସିଥିବା ‘ଲାଫିଙ୍ଗ୍‌ ବୁଦ୍ଧ’ଙ୍କ ମୂର୍ତ୍ତି ରଖନ୍ତୁ।

୫. ବ୍ୟବସାୟ କରୁଥିବା ବ୍ୟକ୍ତି ନିଜ ଅଫିସ୍‌ରେ ଟଙ୍କା ପୁଟୁଳା ଧରିଥିବା ‘ଲାଫିଙ୍ଗ୍‌ ବୁଦ୍ଧ’ ରଖିଲେ, ଏହା ଉଭୟ ଶୁଭ ଓ ଲାଭଦାୟକ ହୋଇଥାଏ।



from Odisha Reporter https://ift.tt/2nNWdIn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages