୩ ଆଇଏଏସ୍‌ଙ୍କ ବଦଳି ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

୩ ଆଇଏଏସ୍‌ଙ୍କ ବଦଳି ବାତିଲ

ias

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟ ସରକାର ୩ଜଣ ଆଇଏଏସ୍ ଅଫିସରଙ୍କ ବଦଳି ବାତିଲ କରିଛନ୍ତି। ଗତକାଲି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଗତ ଅଗଷ୍ଟ ୩ ତାରିଖରେ ଏହି ୩ ଅଫିସରଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଥିଲା।

ବିଜ୍ଞପ୍ତି ଅନୁସାରେ ଉତ୍ତରାଞ୍ଚଳ ଆରଡିସି ଡି.ଭି.ସ୍ୱାମୀଙ୍କ ପୂର୍ବ ବଦଳି ଆଦେଶକୁ ବାତିଲ କରାଯାଇ ତାଙ୍କୁ ସେହି ସ୍ଥାନରେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି। ତାଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସିଇଓ ଭାବେ ବଦଳି କରାଯାଇଥିଲା।

ସେହିପରି ସେଠାରେ ଅବସ୍ଥାପିତ ଥିବା ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ ପୂର୍ବଭଳି କାର୍ଯ୍ୟ ଜାରି ରଖିବେ। ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ଯୁଗ୍ମ ସଚିବ ଭାବେ ବଦଳି ହୋଇଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଶ୍ରୀ ଉପାଧ୍ୟାୟ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଥିଲେ। କୃଷି ନିର୍ଦ୍ଦେଶକ ଏମ୍.ମୁଥୁକୁମାର ଅତିରିକ୍ତ ଭାବେ ଉଦ୍ୟାନକୃଷି ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିଲେ।

ସେହିପରି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଡ଼ିଶା ପୁଲିସ୍ ସେବାର ସନ୍ତୋଷ କୁମାର ନାୟକ, ରବୀନ୍ଦ୍ର କୁମାର ମହାପାତ୍ର ଓ ବନବିହାରୀ ସାହୁଙ୍କୁ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ସେମାନଙ୍କୁ ନିଜ ନିଜ ସ୍ଥାନରେ ପୂର୍ବବତ୍ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି। ଶ୍ରୀ ନାୟକ ଢେଙ୍କାନାଳ ଏସପି (ଇନ୍-ଚାର୍ଜ), ଶ୍ରୀ ମହାପାତ୍ର ଏସପି-ଏସଆଇଡବ୍ଲ୍ୟୁ ଇନଚାର୍ଜ ଏବଂ ଶ୍ରୀ ସାହୁ କଟକ ରେଳବାଇ ଏସପି (ଇନ୍-ଚାର୍ଜ) ଭାବେ କାର୍ଯ୍ୟ କରୁଛନ୍ତି ।



from Odisha Reporter https://ift.tt/2OIZtQT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages