ଲମ୍ବା, ଘନ ଓ ଚମକଦାର କେଶ ପାଇବାର ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଲମ୍ବା, ଘନ ଓ ଚମକଦାର କେଶ ପାଇବାର ଉପାୟ

woman

ପ୍ରାୟ ସବୁ ମହିଳା ଚାହାନ୍ତି ତାଙ୍କର ଲମ୍ବା, ଘନ ଓ ସୁନ୍ଦର କେଶ ହେଉ। କିନ୍ତୁ ଅବ୍ୟସ୍ଥିତ ଜୀବନଶୈଳୀ, ପ୍ରଦୂଷଣ ଓ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେଶ ଝଡ଼ିଥାଏ। ହେଲେ ଆପଣ ଯଦି ଚାହିଁବେ ତେବେ ଆପଣଙ୍କ ଲମ୍ବା କେଶର ସ୍ୱପ୍ନକୁ ସାକାର କରିପାରିବେ। ଆଜି ଆମେ ଆପଣଙ୍କୁ କିଛି ଉପକାରୀ ଟିପ୍ସ ବତାଇବୁ। ଯଦି ଆପଣ ଏଗୁଡ଼ିକୁ ଆପଣାନ୍ତି, ତେବେ ଆପଣଙ୍କ କେଶ ଲମ୍ବା, ଘନ ଓ ସୁନ୍ଦର ହେବ।

୧. ହେୟାର ଟ୍ରିମିଂ: ଚୁଟିକୁ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଟ୍ରିମିଂ କରନ୍ତୁ। ଏହା ଦ୍ୱାରା ଦୁଇମୁହାଁ କେଶର ସମସ୍ୟା ହୁଏ ନାହିଁ। ଦୁଇମୁହାଁ କେଶ ଆପଣଙ୍କ କେଶର ଚମକ ଓ ନମନୀୟତାକୁ ନଷ୍ଟ କରିଦିଏ। ତେଣୁ ଅନ୍ତତଃ ମାସରେ ଥରେ ଚୁଟି କାଟନ୍ତୁ। ଏହା ଦ୍ୱାରାକେଶ ପ୍ରାକୃତିକ ଭାବେ ବଢ଼ିଥାଏ।

୨. ହେୟାର୍‌ ମାସ୍କ: କାନ୍ଧରୁ ତଳକୁ ରହୁଥିବା ଚୁଟି ଅନେକ ବର୍ଷ ପୁରୁଣା ହୋଇଥାଏ। ତେଣୁ ଏଗୁଡ଼ିକୁ ଅଧିକ ପୋଷଣ ଓ ଯତ୍ନ ଦରକାର। ହେଲେ ଏହା ଆପଣ ବ୍ୟବହାର କରୁଥିବା ସାମାନ୍ୟ କଣ୍ଡିଶନର୍ ଦ୍ୱାରା ସମ୍ଭବ ହୋଇପାରିବ ନାହିଁ। ଏଥିପାଇଁ ଆପଣଙ୍କୁ ହେୟାର୍‌ ମାସ୍କ ବ୍ୟବହାର କରିବାକୁ ହେବ। ଚୁଟିକୁ ପୋଷଣ ଦେବା ପାଇଁ ପ୍ରତି ୧୫ଦିନରେ ଥରେ ହେୟାର୍‌ ମାସ୍କ ଲଗାନ୍ତୁ। ଏହି ମାସ୍କ ପାଇଁ ୨ଟି ଅଣ୍ଡାର ଧଳା ଅଂଶରେ କିଛି ଲେମ୍ବୁ ରସ ମିଶାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ଚୁଟିରେ ଲଗାନ୍ତୁ। ଏହା ବଦଳରେ ଆପଣ ଅଲିଭ୍ ଅଏଲ୍ ଓ ମହୁ ମଧ୍ୟ ଲଗାଇପାରିବେ। ଏହାକୁ ଲଗାଇବା ପରେ ୧୦ ରୁ ୧୫ ମିନିଟ୍‌ ଯାଏ ଶୁଖିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ଶାମ୍ପୁ କରି କଣ୍ଡିଶନର୍ ଲଗାନ୍ତୁ।

୩. ସ୍କାଲ୍ପ ତେରାପି:  ଚୁଟି ଭଲ ରଖିବା ପାଇଁ ସ୍କାଲ୍ପର ଯତ୍ନ ନେବା ଜରୁରୀ। ଚୁଟି ମୂଳରେ ମଳି, ତେଲ ଓ ଡେଡ୍‌ ସ୍କିନ୍‌ ଜମା ହୋଇଯାଏ। ଫଳରେ ଚୁଟି ବଢ଼ିବା ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ଏହାକୁ ସଫା କରିବା ନିହାତି ଜରୁରୀ। ସ୍କାଲ୍ପକୁ ସଫା ରଖିବା ପାଇଁ ଆପଣ ଶାମ୍ପୁ କରିବା ସମୟରେ କିଛି ସମୟ ମାଲିସ୍‌ କରନ୍ତୁ। ସ୍କାଲ୍ପକୁ ମୟଶ୍ଚରାଇଜ୍ କରିବା ପାଇଁ ସପ୍ତାହରେ ଥରେ ମୁଣ୍ଡରେ ଆଲୋଭେରା ଜେଲ୍‌ ଲଗାନ୍ତୁ। ପ୍ରଥମେ ସ୍କାଲ୍ପରେ ଆଲୋଭେରା ଜେଲ୍‌ ଲଗାଇ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ ଓ ତା’ପରେ ଚୁଟି ଧୋଇ ଦିଅନ୍ତୁ।

୪. ଚୁଟି ଶୁଖାଇବାବେଳେ ସାବଧାନତା:  ଚୁଟି ଧୋଇବା ପରେ ଆପଣ ଏକ ଟାୱେଲ୍‌ରେ ଚୁଟିକୁ ଟାଇଟ୍‌ କରି ବାନ୍ଧି ଦିଅନ୍ତି। ଯାହାଫଳରେ ଅନେକ ଚୁଟି ଝଡ଼ିଥାଏ। କାରଣ, ଏହି ସମୟରେ ଆପଣଙ୍କ କେଶ ଦୁର୍ବଳ ଥାଏ। ତେଣୁ ପ୍ରଥମେ ଏକ ସଫା ଟାୱେଲ୍‌ରେ ହାଲକା ଭାବେ ଚୁଟିକୁ ପୋଛି ଖୋଲା ହାୱାରେ ଶୁଖିବାକୁ ଦିଅନ୍ତୁ। ମନେରଖନ୍ତୁ ଚୁଟି ଶୁଖାଇବା ପାଇଁ ଯେତେ ସମ୍ଭବ ହେୟାର ଡ୍ରାୟର ବ୍ୟବହାର କରିବା କମ୍‌ କରନ୍ତୁ। ନଚେତ୍‌ ଚୁଟି ରୁକ୍ଷ ହେବା ସହ ଫାଟି ଦୁଇ ମୁହାଁ ହୋଇଯାଏ।

୫. ଗରମ ପାଣି: ଚୁଟି ଧୋଇବା ବେଳେ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। ଏହା ଆପଣଙ୍କ ଚୁଟିକୁ ଦୁର୍ବଳ ଓ ରୁକ୍ଷ କରି ଦିଏ। ତେଣୁ ପ୍ରଥମେ ଚୁଟିକୁ ଉଷୁମ ପାଣିରେ ଧୋଇସାରିଲା ପରେ ଶେଷରେ ଥଣ୍ଡା ପାଣିରେ ଧୁଅନ୍ତୁ।

୬. ଖାଦ୍ୟପେୟ: କେଶକୁ ଭଲ ରଖିବା ପାଇଁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ। ପର୍ଯ୍ୟାପ୍ତ ପରିମାଣରେ କ୍ଷୀର, ଦହି, ବାଦାମ୍‌, ମାଛ ଅଣ୍ଡା ପ୍ରଭୃତି ଖାଆନ୍ତୁ। ଯେତେ ସମ୍ଭବ ଜଙ୍କଫୁଡ୍‌ରୁ ଦୂରେଇ ରୁହନ୍ତୁ।

୭. ପ୍ରଚୁର ପାଣି- ପାଣି କେବଳ ଶରୀର ପାଇଁ ନୁହେଁ, ଏହା ଆପଣଙ୍କ ତ୍ୱଚା ଓ କେଶକୁ ମଧ୍ୟ ସୁସ୍ଥ ରଖିଥାଏ। ତେଣୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ। ଯଦି ଆପଣ ଲମ୍ବା, ଘନ ଓ ଚମକଦାର କେଶ ଚାହୁଁଛନ୍ତି, ତେବେ ନିଜ ଶରୀରକୁ ହାଇଡ୍ରେଟ୍‌ ରଖନ୍ତୁ। କାରଣ ଆପଣଙ୍କ ଶରୀରରେ ଯଦି ପାଣିର ମାତ୍ରା କମିଯାଏ, ତେବେ ଆପଣଙ୍କ ଚୁଟି ଦୁର୍ବଳ ହୋଇ ଝଡ଼ିବା ଆରମ୍ଭ କରିବ।

 



from OdishaReporter https://ift.tt/2Mea7ON

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages