ପାଓ୍ୱାର୍‌ ଚ୍ୟାନେଲ୍‌ରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ପାଓ୍ୱାର୍‌ ଚ୍ୟାନେଲ୍‌ରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

studentdeath

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁର ସହର ସ୍ଥିତ ମୁଣ୍ଡଘାଟ ଝାଙ୍କରପାଲ୍ଲୀ ପାଓ୍ୱାର୍‌ ଚ୍ୟାନେଲ୍‌ରେ ବୁଡ଼ି ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ସୁମିତ୍ ଦାସ ଓ ସମୀର ଦଳେଇ। ଦୁହେଁ ଦଶମ ଶ୍ରେଣୀର ଛାତ୍ର ଥିଲେ।

ଗତକାଲି ରାତିରେ ୮ ଜଣ ଛାତ୍ର ଏକ ଘରୋଇ କୋଚିଂ ସେଣ୍ଟର୍‌କୁ ପଢ଼ିବାକୁ ଯାଇଥିଲେ। ହେଲେ ସକାଳୁ ଘରକୁ ନ ଫେରି ପାଓ୍ୱାର୍‌ ଚ୍ୟାନେଲ୍‌କୁ ବୁଲିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ପାୱାର୍‌ ଚ୍ୟାନେଲ୍‌ରେ ଗାଧୋଇବାକୁ ପଶିଥିଲେ। ତେବେ ଗାଧୋଇଲା ବେଳେ ସେମାନେ ବୁଡ଼ି ଯାଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ଦୁଇ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜଣେ ମୃତ ଛାତ୍ରଙ୍କ ବାପାଙ୍କ କହିଛନ୍ତି,“ରାତିରେ ପୁଅ କୋଚିଂ ସେଣ୍ଟର୍‌କୁ ପଢ଼ିବାକୁ ଯାଇଥିଲା। ସେମାନଙ୍କର ସ୍ପେଶାଲ୍ କ୍ଲାସ୍‌ ହୁଏ। ସେମାନେ ରାତିରେ ସେଠାରେ ରହି ସକାଳୁ ଫେରି ଆସନ୍ତି। କିନ୍ତୁ ସେମାନେ ଆଜି ସକାଳୁ ଘରକୁ ନଆସି ପାୱାର ଚ୍ୟାନେଲ୍‌ ଆଡ଼େ ବୁଲିବାକୁ ଯାଇଥିଲେ। ପୁଅର ଜଣେ ସାଙ୍ଗ ଆସି ମୋତେ ଖବର ଦେଇଥିଲା। ମୁଁ ସେଠାରେ ପହଞ୍ଚିଲା ବେଳକୁ ପୁଅ ବୁଡ଼ି ସାରିଥିଲା।”

ସୂଚନାଯୋଗ୍ୟ, ଜୁଲାଇ ୨୫ ତାରିଖରେ ରାଜଧାନୀ ଭୁବନେଶ୍ୱରରେ କୁଆଖାଇ ନଦୀରେ ଗାଧୋଉଥିବା ବେଳେ ଭାସିଯାଇ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେମାନେ ୟୁନିଟ୍ ୯ ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ। ସେମାନେ ଘରୁ ସ୍କୁଲ୍‌କୁ ବାହାରିଥିଲେ। ତେବେ ସ୍କୁଲ୍‌ ନଯାଇ ସେମାନେ କୁଆଖାଇକୁ ଗାଧୋଇବାକୁ ଯାଇଥିଲେ। ଜଣେ ଛାତ୍ର କୂଳରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ୪ଜଣ ନଦୀରେ ହାତ ଧରାଧରି ହୋଇ ଗାଧୋଉ ଥିଲେ। ଜଳର ସ୍ରୋତ ଅଧିକ ଥିବାରୁ ଜଣେ ଛାତ୍ର ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଛାତ୍ର ମଧ୍ୟ ଭାସି ଯାଇଥିଲେ।



from OdishaReporter https://ift.tt/2Knnfze

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages