ବାଳାଶ୍ରମରୁ ଖସି ପଳାଇଥିବା ବାଳକ ଉଦ୍ଧାର  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ବାଳାଶ୍ରମରୁ ଖସି ପଳାଇଥିବା ବାଳକ ଉଦ୍ଧାର 

ବାଲେଶ୍ୱର(ରଣଜିତ୍‌ ପାକଳ): ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳରେ ଥିବା ଉତ୍କଳ ବାଳାଶ୍ରମରୁ ଖସି ପଳାଇଥିବା ଜଣେ ୮ ବର୍ଷର ବାଳକକୁ ଉଦ୍ଧାର କରାଯାଇଛି। ତା‘ ନାଁ  ସୁକୁମାର ସରକାର। ସୁକୁମାରକୁ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରାଯାଇଛି।

ସୁକୁମାରକୁ ଉଦ୍ଧାର କରାଯିବା ପରେ ବାଳାଶ୍ରମର ସୁପରିଟେଣ୍ଡଣ୍ଟ ଓ କର୍ମଚାରୀମାନେ ତାକୁ ନେବାକୁ ଆସିଥିଲେ। ହେଲେ ସେ ତାଙ୍କ ସହ  ଯିବା ପାଇଁ  ରାଜି ନହେବାରୁ ଉଦ୍ଧାର କରିଥିବା  ଲୋକେ ତାକୁ ସହଦେବଖୁଣ୍ଟା ପୁଲିସ୍‌କୁ ହସ୍ତାନ୍ତର କରିଥିଲେ।

ଦୁଇଦିନ ତଳେ ବଳାଶ୍ରମର କର୍ମଚାରୀ ମାଡ଼ ମାରିଥିଲେ ବୋଲି ସୁକୁମାର ଅଭିଯୋଗ କରିଛି। ତେବେ ସୁକୁମାରକୁ ମାଡ଼ ମରାଯିବା କଥାକୁ ସୁପରିଟେଣ୍ଡଣ୍ଟ୍‌ ଅସ୍ୱୀକାର କରିଛନ୍ତି।

ଗତ ମେ’ ୨୫ ତାରିଖରେ ଖଇରା ଚାଇଲଡ୍‌ ଲାଇନ୍‌ ତାକୁ ଅଡ଼ା ଅଞ୍ଚଳରୁ ଉଦ୍ଧାର କରି  ଉତ୍କଳ ବାଳାଶ୍ରମରେ ଛାଡ଼ିଥିଲା।



from OdishaReporter https://ift.tt/2vYw7pZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages