
ଧର୍ମଗଡ଼(ଇଣ୍ଡିତ ପଣ୍ଡା): ଗତ କିଛିଦିନ ହେବ କଳାହାଣ୍ଡି ଜିଲ୍ଲାରେ ଆତଙ୍କ ଖେଳାଇଛି ଡେଙ୍ଗୁ। ଆଜି କୋକସରା ବ୍ଲକ୍ ଲଡ଼ୁଗାଁରେ ପୁଣି ୧୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ଲଡ଼ୁଗାଁରୁ ସଂଗୃହୀତ ୯୪ଟି ରକ୍ତ ନମୂନାରୁ ୧୮ଟି ରିପୋର୍ଟ ପଜିଟିଭ୍ ରହିଛି।
ପ୍ରଥମ ପର୍ଯ୍ୟାୟରେ ୧୧ ରକ୍ତ ନମୂନା ମଧ୍ୟରୁ ୬ଟି ପଜିଟିଭ୍ ଥିଲା। ବର୍ତ୍ତମାନ ଯାଏ ଜିଲ୍ଲାରେ ୨୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆହୁରୀ ୩୦ ଜଣଙ୍କ ରକ୍ତ ନମୂନା ପରୀକ୍ଷଣ ପାଇଁ ପଠାଯାଇଛି। ଏହାର ରିପୋର୍ଟ ଆସିବା ପରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।
କିଛି ଡେଙ୍ଗୁ ରୋଗୀ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ବିଶାଖାପାଟଣା, ହାଇଦ୍ରାବାଦ ଓ ଛତିଶଗଡ଼ ରାୟପୁରରେ ଚିକିତ୍ସିତ ହେଉଛନ୍ତି।
ଡେଙ୍ଗୁ ମୁକାବିଲା ପାଇଁ ଗାଁରେ ମଶାମରା ଔଷଧ ଛିଞ୍ଚନ ସହ ସ୍ୱାସ୍ଥ୍ୟ କର୍ମୀମାନେ ଘର ଘର ବୁଲି ତଦାରଖ କରୁଛନ୍ତି। ତେବେ ବିପର୍ଯ୍ୟସ୍ତ ପରିମଳ ଓ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
from OdishaReporter https://ift.tt/2MkA9mA


No comments:
Post a Comment