ଏମିତି ଆମ ମନ୍ତ୍ରୀଙ୍କ ଚରିତ୍ର: ଉପରକୁ ସାଦାସିଧା, ଭିତରେ ଠିକାଦାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ଏମିତି ଆମ ମନ୍ତ୍ରୀଙ୍କ ଚରିତ୍ର: ଉପରକୁ ସାଦାସିଧା, ଭିତରେ ଠିକାଦାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକଙ୍କ ସରକାରରେ ପ୍ରଥମଥର ମନ୍ତ୍ରୀ ହୋଇଥିବା ଜଣେ ନେତାଙ୍କ ଠିକାଦାରୀ ପ୍ରୀତିକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଏହି ମନ୍ତ୍ରୀ କୁଆଡ଼େ ନିଜ ପାଖରେ ଥିବା ଦୁଇଟି ଦୁହାଁଳିଆ ବିଭାଗର ଅନେକ ଠିକାଦାରୀ କାର୍ଯ୍ୟକୁ ନିଜ ଭାଇମାନଙ୍କ ହାତରେ ଟେକି ଦେଇଛନ୍ତି। କିଛି ଠିକା କାମ ସିଧାସଳଖ ତାଙ୍କ ଭାଇମାନେ ନେଇଥିବାବେଳେ ଅନ୍ୟ କେତେକ ପ୍ରକଳ୍ପର କାର୍ଯ୍ୟକୁ ବଡ଼ ବଡ଼ ଠିକା ସଂସ୍ଥା ମାଧ୍ୟମରେ ହାତେଇ ନେଇଛନ୍ତି।

ଉପରକୁ ସିଧାସାଦା ଦେଖାଯାଉଥିଲେ ମଧ୍ୟ ମନ୍ତ୍ରୀଙ୍କ ବିନା ଇସାରାରେ କୁଆଡ଼େ ଦୀର୍ଘ ଏକ ଦଶନ୍ଧି ହେଲା ତାଙ୍କ ଅଂଚଳରେ କୌଣସି ଠିକା କାର୍ଯ୍ୟ ଅନ୍ୟ କାହାକୁ ମିଳିବା ସମ୍ଭବପର ହୋଇନି। ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ହେଉଥିବା ସମସ୍ତ ସରକାରୀ ଠିକା କାର୍ଯ୍ୟ କୁଆଡ଼େ ତାଙ୍କ ଭାଇମାନେ ହିଁ କରିଥାନ୍ତି।

ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଗମନାଗମନ, ବିଦ୍ୟୁତିକରଣ ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ଭିତ୍ତିଭୂମି ସୁଧାର କାର୍ଯ୍ୟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଆଉ ତା’ରି ଆଳରେ ଏହି ନେତାଜଣକ ପ୍ରଥମ ଥର ବିଧାୟକ ହେବାପରେ କୁଆଡ଼େ ଠିକାଦାରୀ କାର୍ଯ୍ୟରେ ନିଜ ଭାଇମାନଙ୍କୁ ପ୍ରାଧାନ୍ୟ ଦେଇଥିଲେ। ତେବେ ଗତ କିଛିବର୍ଷ ମଧ୍ୟରେ ସେ ତୃତୀୟ ମହଲାର ଘନିଷ୍ଠ ହୋଇ ଦଳର ଏକାଧିକ ପଦବୀ ସହ ନିଜ ଜିଲ୍ଲାର ସର୍ବେସର୍ବା ପାଲଟିଛନ୍ତି।

ମନ୍ତ୍ରୀଙ୍କ ପାୱାର ବଢ଼ିବା ପରେ ସେ ତାଙ୍କ ଭାଇମାନଙ୍କ ମାଧ୍ୟମରେ କୁଆଡ଼େ ଏବେ ନିଜ ନିର୍ବାଚନମଣ୍ଡଳୀରୁ ବାହାର ଜିଲ୍ଲାର ବିଭିନ୍ନ ମୋଟା ଅଙ୍କର ପ୍ରକଳ୍ପ କାର୍ଯ୍ୟର ଠିକା କାର୍ଯ୍ୟ ମଧ୍ୟ କରାଉଛନ୍ତି।

ଶୁଣିବାକୁ ମିଳୁଛି, ଏହି ମନ୍ତ୍ରୀ ନିରାଡ଼ମ୍ବର ଜୀବନ ବିତାଉଥିବାର ଆଳ ଦେଖାଇ ତାଙ୍କ ଭାଇମାନଙ୍କ ମାଧ୍ୟମରେ କୋଟି କୋଟି ଟଙ୍କାର ପାଣ୍ଠି ଉପାର୍ଜନ କରୁଛନ୍ତି। ଏପରିକି ଯେଉଁ ଦୁଇ ଗୁରୁତ୍ୱପୂର୍ଣ୍ଣ ଦୁହାଁଳିଆ ବିଭାଗର ସେ ମନ୍ତ୍ରୀ ହୋଇଛନ୍ତି, ସେଠାରେ କୋଟି କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକୁ ବିନା ଟେଣ୍ଡରରେ ନିଜ ଭାଇମାନଙ୍କ ହାତରେ ଟେକି ଦେବାର ମାର୍ଗକୁ ପ୍ରଶସ୍ତ କରିଛନ୍ତି। ଆଉ ରାଜ୍ୟ ବାହାରର ଯେଉଁ ଠିକା କମ୍ପାନୀଗୁଡ଼ିକ ବଡ଼ ବଡ଼ କାମର ଟେଣ୍ଡର ନେଉଛନ୍ତି ସେଥିରେ କୁଆଡ଼େ ତାଙ୍କ ଭାଇମାନଙ୍କୁ ପାର୍ଟନର କରିବା ନିମନ୍ତେ ମନ୍ତ୍ରୀ ନିଜେ ଚାପ ପକାଉଛନ୍ତି।

ଏସବୁ ଖବର କୁଆଡ଼େ ତୃତୀୟ ମହଲା ପାଖରେ ଅଛି। କିନ୍ତୁ ନିର୍ବାଚନବେଳେ ଏହି ମନ୍ତ୍ରୀ କୁଆଡ଼େ ମୋଟା ଅଙ୍କର ପାଣ୍ଠି ଯୋଗାଡ଼ ସହ ଅଧିକ ପରିଶ୍ରମ କରିଥିବାରୁ ତାଙ୍କର ଦୋଷତ୍ରୁଟି ପ୍ରତି ତୃତୀୟ ମହଲା ଆଖିବୁଜି ଦେଇଥିବା ଚର୍ଚ୍ଚା।



from Odisha Reporter https://ift.tt/2vQRzxV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages