ଆସନ୍ତାକାଲିଠାରୁ ଏସିଆନ୍‌ ଗେମ୍ସ: ଅଧିକ ସ୍ୱର୍ଣ୍ଣ ହାସଲ ଲକ୍ଷ୍ୟରେ ରହିବ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ଆସନ୍ତାକାଲିଠାରୁ ଏସିଆନ୍‌ ଗେମ୍ସ: ଅଧିକ ସ୍ୱର୍ଣ୍ଣ ହାସଲ ଲକ୍ଷ୍ୟରେ ରହିବ ଭାରତ

ଜାକର୍ତ୍ତା: ଚାରିବର୍ଷର ବ୍ୟବଧାନରେ ପୁଣିଥରେ ଏସିଆର ସବୁଠାରୁ ବଡ଼ ସ୍ପୋର୍ଟସ୍‌ ଇଭେଣ୍ଟ ଏସିଆନ୍‌ ଗେମ୍ସ ଆସନ୍ତାକାଲିଠାରୁ ଆରମ୍ଭ ହେବ। ୧୮ତମ ଏସିଆନ୍‌ ଗେମ୍ସ ପାଇଁ ଇଣ୍ଡୋନେସିଆର ଦୁଇ ସହର ଜାକର୍ତ୍ତା ଓ ପାଲେମ୍ବାଙ୍ଗଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ଯାଏ ଏହି କ୍ରୀଡ଼ା ମହାକୁମ୍ଭ ଚାଲିବ। ଏହି ମହାଲଢ଼େଇ ପାଇଁ ଆଥଲେଟମାନେ ସଂପୂର୍ଣ୍ଣ ପ୍ରସ୍ତୁତ। ପ୍ରତିଯୋଗିତାର ୬୭ଟି ଇଭେଣ୍ଟରେ ୪୫ଟି ଦେଶରୁ ୧୧ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।

ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୫ଟାରେ ଏହି ମେଗା ଇଭେଣ୍ଟର ଉଦ୍‌ଘାଟନୀ ଉତ୍ସବ ଜାକର୍ତ୍ତାର ଗେଲୋରା ବୁଙ୍ଗ କାର୍ଣ୍ଣୋ ସ୍ପୋର୍ଟ୍ସ ଷ୍ଟାଡିୟମରେ ଆରମ୍ଭ ହେବ । କିନ୍ତୁ ଭାରତରେ ଏହାର ପ୍ରସାରଣ ସନ୍ଧ୍ୟା ୬ଟା ୧୫ରେ କରାଯିବ।

ଭାରତୀୟ ଦଳରେ ଅଛନ୍ତି ୫୭୨ ଆଥଲେଟ

ଏସିଆନ୍ ଗେମ୍ସର ଏହି ସଂସ୍କରଣରେ ଭାରତର ମୋଟ ୭୮୪ଜଣ ସଦସ୍ୟ ଭାଗ ନେବେ। ଏଥିରେ ୫୭୨ (୩୧୨ ପୁରୁଷ ଓ ୨୬୦ ମହିଳା)ଜଣ ଆଥଲେଟ୍ସ ଏବଂ ୨୩୨ ଜଣ କୋଚ୍, ସପୋର୍ଟ ଷ୍ଟାଫ୍ ଏବଂ ଅଫିସିଆଲ୍ ସାମିଲ୍ ଅଛନ୍ତି। ଉଦ୍‌ଘାଟନୀ ସମାରୋହରେ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଭାରତର ଧ୍ୱଜାବାହକ ହେବେ ବୋଲି ଜଣାପଡ଼ିଛି।

ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଯେଉଁ ଭଳି ପ୍ରଦର୍ଶନ କରିଥିଲା, ଏଠାରେ ତା’ଠାରୁ ଅଧିକ ଉନ୍ନତ ପ୍ରଦର୍ଶନ କରିବ ବୋଲି ଦେଶବାସୀ ଆଶା ରଖିଛନ୍ତି। ତେବେ ଜାପାନ, କୋରିଆ ଓ ଚୀନ୍‌ ତୁଳନାରେ ଏସିଆନ୍‌ ଦେଶର ପାଣିପାଗ ସଂପୂର୍ଣ୍ଣ ଅଲଗା ବୋଲି ଅଧିକାଂଶ ଖେଳାଳି ଏବଂ ସେମାନଙ୍କ କୋଚ୍‌ ମତ ଦେଇଛନ୍ତି।

୨୦୧୪ ଏସିଆନ୍‌ ଗେମ୍ସରେ ଭାରତୀୟ ଟିମ ସମୁଦାୟ ୫୭ଟି ମେଡାଲ୍‌ ହାସଲ କରିଥିଲା, ଯେଉଁଥିରେ ୧୧ଟି ସ୍ୱର୍ଣ୍ଣ ପଦକ ରହିଥିଲା। ଏଥର ଉଭୟ ମୋଟ ମେଡାଲ୍‌ ଏବଂ ସ୍ୱର୍ଣ୍ଣ ସଂଖ୍ୟା ବୃଦ୍ଧି ପାଇବ ବୋଲି ସମସ୍ତେ ଆଶାବାଦୀ ରହିଛନ୍ତି।

ଶୁଟିଂରେ ୧୬ ବର୍ଷୀୟ ମନୁ ଭାକର,ରେସଲିଂରେ ସୁଶୀଲ କୁମାର ଓ ଜାଭେଲିନ୍‌ରେ ନୀରଜ ଚୋପ୍ରାଙ୍କଠାରୁ ଦେଶ ନିଶ୍ଚିତ ସ୍ୱର୍ଣ୍ଣ ଆଶା ରଖିବ।

ସେହିପରି ପ୍ରଥମଥର ୨୦ ବର୍ଷରୁ କମ୍‌ ବିଶ୍ୱ ଚାମ୍ପିୟନଶିପ୍‌ର ଟ୍ରାକ୍‌ ଇଭେଣ୍ଟରରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ଦେଇଥିବା ହୀମା ଦାସଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ଏହବାଦ୍‌ ବ୍ୟାଡ୍‌ମିଣ୍ଟନ୍‌ରେ ପିଭି ସିନ୍ଧୁ, ସାଇନା ନେହ୍ୱାଲ ଓ କାଦମ୍ବୀ ଶ୍ରୀକାନ୍ତ ଭାରତ ପାଇଁ ମେଡାଲ୍‌ ଆଣିବେ ବୋଲି ଆଶା କରାଯାଉଛି।

ଜିମ୍ନାଷ୍ଟିକ୍‌ରେ ଦୀପା କର୍ମକାର ଓ ଟେବୁଲ୍‌ ଟେନିସରେ ମନିକା ବାତ୍ରା ମଧ୍ୟ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିବେ ବୋଲି ବିଶ୍ଵାସ ରହିଛି।

 



from Odisha Reporter https://ift.tt/2MRZ7GX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages