ଦୁର୍ଲ୍ଲଭ ହେଉଛନ୍ତି ତୃତୀୟ ମହଲା ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଦୁର୍ଲ୍ଲଭ ହେଉଛନ୍ତି ତୃତୀୟ ମହଲା ବାବୁ

ଭୁବନେଶ୍ୱର : ବିଜେଡି ଓ ନବୀନ ପଟ୍ଟନାୟକ ସରକାରରେ ଏବେ ସବୁକିଛି ଓଲଟା ବାଆ ବହୁଛି ବୋଲି ପାୱାର କରିଡରରେ ଚର୍ଚ୍ଚା।

ବିଜେଡିର ନେତାମାନେ ନିଜ ଦଳ ତଥା ଅଞ୍ଚଳର ସମସ୍ୟା କଥା କାହାକୁ କହିବେ କାହାକୁ ଓ ଶୁଣିବ କିଏ ତାକୁ ନେଇ କୁଆଡ଼େ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ତୃତୀୟ ମହଲାର ଅଫିସରମାନଙ୍କ ପ୍ରଭାବ ଓ ଆଚରଣ କୁଆଡ଼େ ଏବେ ନେତାମାନଙ୍କ ପାଇଁ ଅସହନୀୟ ହୋଇପଡ଼ିଲାଣି।

ଚର୍ଚ୍ଚା ହେଉଛି, ପ୍ୟାରୀମୋହନ ମହାପାତ୍ର ଓ କଳ୍ପତରୁ ଦାସଙ୍କ ପରେ ଼ ରାଜ୍ୟର ବିଭିନ୍ନ ଅଞ୍ଚଳର ଦଳୀୟ ନେତା ଓ କର୍ମୀମାନଙ୍କ ସମସ୍ୟା ବୁଝିବା ପାଇଁ କୁଆଡେ ବିଜେଡିରେ ଭରସାଯୋଗ୍ୟ ଫୁଲ୍ ଟାଇମ୍ କ୍ରାଇସିସ୍ ମ୍ୟାନେଜର(ନେତା) ନାହାନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆପତ୍ତି-ଅନୁରୋଧ କରିବା ଦଳୀୟ ନେତାଙ୍କ ପାଇଁ ସମ୍ଭବପର ହେଉନଥିଲା। ନବୀନଙ୍କ ପରିବର୍ତ୍ତେ କୁଆଡ଼େ ତାଙ୍କର ବ୍ୟକ୍ତିଗତ ସଚିବ ସବୁକିଛି ବୁଝୁଥିଲେ।

ଶୁଣିବାକୁ ମିଳୁଛି, ଏବେ ସେ କୁଆଡ଼େ ବିଜେଡି ନେତାଙ୍କ ପାଇଁ ଦୁର୍ଲ୍ଲଭ ହୋଇପଡ଼ିଛନ୍ତି। ତାଙ୍କୁ ଭେଟିବା ବି ଦଳର ବରିଷ୍ଠ ନେତା,ମନ୍ତ୍ରୀ ଓ ବିଧାୟକଙ୍କ ପକ୍ଷେ ସମ୍ଭବପର ହେଉନି।

ଚର୍ଚ୍ଚା ହେଉଛି ଏହି ବ୍ୟକ୍ତିଗତ ସଚିବ କୁଆଡ଼େ ଜାଣିଶୁଣି ଦଳର ସବୁବର୍ଗର ନେତାଙ୍କୁ ଦେଖାଦେଉନାହାନ୍ତି। ହାତଗଣତି କିଛି ଦଳୀୟ ନେତାଙ୍କୁ କୁଆଡ଼େ ଏହି ବାବୁ ଭେଟୁଛନ୍ତି। ବାକି ନେତାମାନଙ୍କୁ କୁଆଡ଼େ ତୃତୀୟ ମହଲାର ଅନ୍ୟାନ୍ୟ ଅଫିସର୍ଙ୍କୁ ଭେଟିବାକୁ କୁହାଯାଉଛି।

ଆଉ ବିଧାୟକ ଓ ମନ୍ତ୍ରୀମାନେ କୁଆଡ଼େ ନିଜର କାର୍ଯ୍ୟ ହାସଲ ପାଇଁ ଏହି ଅଫିସରମାନଙ୍କ ନିକଟରେ ଅତି ଦୟନୀୟ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି। ଏବେ ତୃତୀୟ ମହଲାର ବିନା ଇସାରାରେ ରାଜ୍ୟ ତମାମ କିଛି କାର୍ଯ୍ୟ ହେଉନଥିବାରୁ ବିଜେଡି ନେତା ବି ଏହି ତଥାକଥିତ ଅଫିସର୍ମାନଙ୍କ ପାଖରେ ଗୋଡ଼ ଭାଙ୍ଗି ଛିଡ଼ା ହେବା ଛଡ଼ା କିଛି ଉପାୟ ପାଉନାହାନ୍ତି।

ଲୋକଙ୍କ ଭୋଟ୍ ପାଇ ନିର୍ବାଚିତ ହୋଇଥିବା ନେତାମାନେ ନିଜର ଏହି ଦୁଃଖ କାହାକୁ କହିପାରୁନାହାନ୍ତି କିମ୍ବା ସହି ମଧ୍ୟ ପାରୁନାହାନ୍ତି। ପାଟି ଫିଟାଇଲେ କୁଆଡ଼େ ସମ୍ପୂର୍ଣ୍ଣ ଅଲୋଡ଼ା ହେବାର ଆଶଙ୍କା ରହିଛି। ଅଫିସର୍ମାନଙ୍କ ପ୍ରଭାବ ଆଗରେ ରାଜନେତାଙ୍କ ବିବଶତା ଓ ଅସହାୟତା ସ୍ପଷ୍ଟ ବାରି ହୋଇପଡ଼ୁଛି।

୨ଦିନ ତଳେ ବିଜେଡିର ଜଣେ ବରିଷ୍ଠ ନେତାଙ୍କୁ କୁଆଡ଼େ ତୃତୀୟ ମହଲାର ଅନ୍ୟ ଜଣେ ଅଫିସର୍(କ୍ଷମତାକେନ୍ଦ୍ର ନୁହନ୍ତି)ଙ୍କଠୁ ବେଶ କିଛି କଟୁ କଥା ଶୁଣିବାକୁ ପଡ଼ିଛି।

ଚର୍ଚ୍ଚା ହେଉଛି, ତୃତୀୟ ମହଲାର ଅନ୍ୟ ଅଫିସରମାନେ ବି କୁଆଡ଼େ ଧୀରେଧୀରେ ଦୁର୍ଲ୍ଲଭ ହେବାରେ ଲାଗିଲେଣି। ରାଜ୍ୟରେ ତ ‘ବିରାଟ ବାହୁବଳେ କୀଚକ ରଜା’! ତେଣୁ ଏବେ ତୃତୀୟ ମହଲାରେ ଥିବା ଅଫିସର୍ମାନେ ଧରାକୁ ସରା ମଣୁଛନ୍ତି।

ଆଉ ନେତାମାନେ ଟିକେଟ୍ କଟିଯିବା ଭୟରେ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଚର୍ଚ୍ଚା।



from OdishaReporter https://ift.tt/2AJ5ISw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages